କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ପାଇଁ ନିର୍ଦ୍ଦେଶ,କୋହଳ ହେବ ବାୟାମେଟ୍ରିକ କଟକଣା

316

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ  ମନ୍ତ୍ରୀ ଓ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆବଶ୍ୟକ ପଦକ୍ଷେପ ନେବାପାଇଁ ସେମାନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ପର୍ଯ୍ୟାପ୍ତ ପରିମାଣର ମାକ୍ସ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବାୟୋମେଟ୍ରିକ କଟକଣା କୋହଳ କରାଯିବ ।

ଅସୁସ୍ଥ ଥିଲେ ପିଲା ସ୍କୁଲ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ବାବୁଙ୍କ ବିଦେଶ ଗସ୍ତ ଉପରେ ବି ରୋକ୍ ଲାଗିଛି । ସଚେତନତା ପାଇଁ ସହରର ମୁଖ୍ୟ ସ୍ଥାନ ଗୁଡିକରେ ବ୍ୟାନର ଓ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମପଂଚାୟତ ଓ ପଂଚାୟତ ସମିତିକୁ ଗ୍ରାମସଭା ମାଧ୍ୟମରେ ସଚେତନ କରିବାକୁ କୁହାଯାଇଛି । ସ୍କୁଲ ଚଟାଣ, ଟେବୁଲ, ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।