ମମତାଙ୍କ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : କହିଲେ, ଟିଏମସି ଆମ ସହ ଯୋଗାଯୋଗ କରିନାହିଁ

295

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଓ ଟିଏମସି ମଧ୍ୟରେ ଲାଗିଛି ଯୁଦ୍ଧ । । ସିବିଆଇ ମାମଲାରେ ମମତା ବାନାର୍ଜୀ ଧାରଣାରେ ବସି ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାର ଅଯଥା ରାଜ୍ୟ ବ୍ୟାପାରରେ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରି ଧାରଣାରେ ବସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ସିବିଆଇ-ମମତା ବିବାଦରେ ଦିଦିଙ୍କୁ ଗତକାଲି ସମର୍ଥନ ଜଣାଇଥିଲା ବିଜେଡ଼ି । ତେବେ ଧାରଣା ପ୍ରତ୍ୟାହୃତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟମଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ଆଜି ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସେ କହିଛନ୍ତି ଘଟଣା ନେଇ ଟିଏମସି ଆମ ସହ ଯୋଗାଯୋଗ କରିନାହିଁ । ଅନ୍ୟପଟେ ସିବିଆଇ ତା’ର ବୃତ୍ତିଗତ ମର୍ଯ୍ୟାଦା ରଖୁ ବୋଲି ମଧ୍ୟ କହିଛନ୍ତି ନବୀନ ।

ଅନ୍ୟପଟେ ସିବିଆଇ-ମମତା ବିବାଦ ନେଇ ସୁପ୍ରିମକୋର୍ଟ କହିଛନ୍ତି, ସିବିଆଇ ସାମ୍ନାରେ ହାଜର ହୁଅନ୍ତୁ କୋଲକାତା ପୋଲିସ କମିସନର୍ ରାଜୀବ କୁମାର । ସିବିଆଇର ପଚରାଉଚରାରେ ରାଜୀବ ସହଯୋଗ କରନ୍ତୁ । ତେବେ ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।