କନକ ବ୍ୟୁରୋ : ନବରଙ୍ଗପୁରର ଉମରେକୋଟ ସାଧାରଣ ସଭାରେ ଯୋଗଦେଲେ ନବୀନ ପଟ୍ଟନାୟକ । ଉମରକୋଟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ନବୀନ କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ରୀୟ ଅବହେଳା ନେଇ ସମାଲୋଚନା କରିଛନ୍ତି ନବୀନ । କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ । କାଳିଆ ଯୋଜନା ସାରା ଦେଶରେ ଆଦୃତ ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ଆରମ୍ଭ ହୋଇଛି । ଏସସି/ଏସଟିଙ୍କ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।
/kanak/media/post_attachments/wp-content/uploads/2019/02/image06500fdb-f97a-4acb-8d1d-46d2f5d8216b-300x169.jpg)
ସୂଚନାଯୋଗ୍ୟ ନବରଂଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ ଉନ୍ନୟନ୍ନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ମଧ୍ୟ ନବୀନ ଯୋଗଦେବେ । ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶ ରଖାଯାଇଥିବା ବେଳେ ଏଥିରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ ନବୀନ ।