ନିର୍ବାଚନୀ ସଭାରୁ ଟାର୍ଗେଟ ! ମୁଖ୍ୟମନ୍ତ୍ରୀ କହିଲେ, ମିଛ ବିଜେପି ଦଳର ବଡ଼ ପୁଞ୍ଜି, ଆଉ ଜନତାଙ୍କ ଆଶିର୍ବାଦ ମୋର ସମ୍ପତି

246

କନକ ବ୍ୟୁରୋ : ରଣପୁର ନିର୍ବାଚନୀ ସଭାରେ ବିଜେପି ଉପରେ ବର୍ଷିଲେ ବିଜେଡ଼ି ସଭାପତି । ନିର୍ବାଚନ ହେଲେ ବିଜେପିର ଶୀର୍ଷ ନେତାମାନେ ଓଡ଼ିଶା ଆସୁଛନ୍ତି । ଫାଇଲିନ୍, ହୁଡ଼ହୁଡ଼, ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କର ଦେଖା ନଥିଲା । ଏବେ ନିର୍ବାଚନ ସମୟରେ ଭୋଟ ମାଗୁଛନ୍ତି । ଭୋଟ ପାଇଁ ଲୋକଙ୍କ ସାମ୍ନାରେ କାକୁତି ମିନତି ହେଉଛନ୍ତି । ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି ବିଜେପି ନେତା । ସେମାନଙ୍କ ପାଇଁ ମିଛ ହିଁ ତାଙ୍କ ଦଳ ପାଇଁ ବଡ଼ ପୁଞ୍ଜି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତାଙ୍କ ଆଶିର୍ବାଦ ହିଁମୋ ପାଇଁ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ।

ନବୀନ ସଭାରେ କହିଛନ୍ତି, ପୁରା ଓଡ଼ିଶାବାସୀ ମୋର ପରିବାର । ମୁଁ ସବୁବେଳେ ଜନତାଙ୍କ ସହ ଅଛି । ଏହା ବ୍ୟବ୍ୟତୀ କାଳିଆ ଯୋଜନା ବିଷୟରେ ମଧ୍ୟ ରଣପୁର ନିର୍ବାଚନୀ ସଭାରେ ବଖାଣିଛନ୍ତି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କ ଉପକୃତ ହେଲେଣି । କେନ୍ଦ୍ର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି ।