ପୁଣି ଏରସମାରୁ କେନ୍ଦ୍ର ଉପରେ ବର୍ଷିଲ ମୁଖ୍ୟମନ୍ତ୍ରୀ ! ଦୁର୍ବିପାକ ସମୟରେ ଓଡ଼ିଶାକୁ ଅବହେଳା କରାଯାଉଛି, ଭୋଟ ସମୟରେ ଡେରା ପକାଇଛନ୍ତି କେନ୍ଦ୍ରୀୟ ନେତା

449

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ମଧ୍ୟ ସେହିପରି ଜୋରଦାର ହେବାରେ ଲାଗିଛି । ତେବେ ଏଥିରୁ ବାଦ ପଡ଼ିନାହାନ୍ତି ମୁଖ୍ୟମନ୍ତୀ । ପଂଚମ ଥର ପାଇଁ ରାଜ୍ୟର କମାଣ ସମ୍ଭାଳିବା ପାଇଁ ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜଗତସିଂହପୁର ଏରସମାର ଏକ ନିର୍ବର୍ାଚନୀ ସଭାରେ ଯୋଗଦେଇଛନ୍ତି । ଏଠାରୁ ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି, ଏରସମା ଆସିରେ ୧୯୯୯ ମହାବାତ୍ୟା କଥା ମନକୁ ଆସିଯାଏ । ୧୯୯୯ ମହାବାତ୍ୟାରେ ସବୁ ଛାରଖାର ହୋଇଯାଇଥିଲା । ଏରସମା ସବୁଠାରୁ ଜୀବନର ବଡ଼ ଦୁଃଖଦ ଅନୁଭୂତି । ୧୯୯୯ ମହାବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି। ଭୋଟ୍ ସମୟରେ କେନ୍ଦ୍ରୀୟ ନେତାମାନେ ଆସି ଭୋଟ୍ ମାଗୁଛନ୍ତି । ରାଜ୍ୟବାସୀ ଏହାର ଜବାବ ଦେବେ । ମୋତେ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ୍ ଦେବାପାଇଁ ଜନସାଧାରଣଙ୍କ ନିକଟରେ ନିବେଦନ କରିଛନ୍ତି । ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି।

ତେବେ ଏଠାରେ ପୁଣି କାଳିଆ ଯୋଜନା ବିଷୟରେ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ‘କାଳିଆ’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବିଜେଡି ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଢିବାର ପ୍ରଥମ ଦିନରେ ହିଁ କାଳିଆର ଦୁଇ କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି