ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଦାବି

Advertisment
ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ : ସମୀକ୍ଷା ପରେ କରିବେ ପ୍ୟାକେଜ ଘୋଷଣା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ହିତାଧିକାରଙ୍କୁ ସାମିଲ ପାଇଁ ଦାବି କରିଛନ୍ତି । ମୋଟ ଜନସଂଖ୍ୟାର ୭୮ ପ୍ରତିଶତ ହିତାଧିକାରୀ ରହିବା କଥା । କିନ୍ତୁ ଜନସଂଖ୍ୟା ବଢିବା ସହ ହିତାଧିକାରୀଙ୍କ ସଂଖ୍ୟା ବଢିନି । ୨୦୧୧ ଅନୁସାରେ ହିତାଧିକାରୀଙ୍କୁ ରାସନ ଦିଆଯାଉଛି । ୨୦୧୧ ତୁଳନାରେ ୨୦୧୮ରେ ୧୦.୨୨ ପ୍ରତିଶତ ଜନସଂଖ୍ୟା ବଢିଛି । ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସୁବିଧା ମିଳୁ ବୋଲି ନବୀନ ଚିଠିରେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe