ବିଦେଶରୁ ଫେରି ପଞ୍ଜୀକୃତ ହେଲେ ଗୀତା ମେହେଟ୍ଟା : ସରକାରୀ ୱେବସାଇଟରେ ପଞ୍ଜୀକରଣ କରାଇଲେ ନବୀନ ପଟ୍ଟନାୟକ

341

କନକ ବ୍ୟୁରୋ : ବିଦେଶରୁ ଫେରି ପଞ୍ଜୀକୃତ ହେଲେ ଗୀତା ମେହେଟ୍ଟା । ସରକାରୀ ୱେବସାଇଟରେ ପଞ୍ଜୀକରଣ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହା ଜଣାଇଛନ୍ତି। ବିଦେଶରୁ ଓଡ଼ିଶା ଆସିଥିବା ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍-୧୯ ପୋର୍ଟାଲରେ ପଞ୍ଜୀକୃତ କରିବା ସହ ସରକାରଙ୍କ ନିର୍ଦ୍ଦେଶ ପାଳନ ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ମାଧ୍ୟମରେ ତଥ୍ୟ ଦେଲେ ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି ନବୀନ କହିଛନ୍ତି ।

ଓଡ଼ିଶାବାସୀଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି ବିଦେଶରୁ ଓଡ଼ିଶାକୁ ଆସୁଥିବା ନିଜର ପରିଜନ ଓ ବନ୍ଧୁବ‌ାନ୍ଧବଙ୍କୁ ପଞ୍ଜୀକୃତ କରାନ୍ତୁ। ଏହା ଓଡ଼ିଶାକୁ କରୋନାଭାଇରସ୍ ସଂକ୍ରମଣରୁ ରକ୍ଷା କରିବ। ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକାରୁ ଓଡ଼ିଶା ଫେରି ସ୍ବେଚ୍ଛାକୃତ ଭାବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରି ନିଜର ଓ ପରିବାରର ପଞ୍ଜୀକରଣ କରିଥିଲେ। ସେହିପରି ଆଇଏଏସ୍ ଭିନିଲ୍ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରି ନିଜର ପଞ୍ଜୀକରଣ କରାଇଥିଲେ।