ବିଜେପି ନେତାଙ୍କୁ ହତ୍ୟା ଘଟଣା : ମୃତକଙ୍କ ପରିବାରକୁ ସମଦେବନା ଜଣାଇଲେ ମୁଖ୍ୟମନ୍ତ୍ରୀ, ଘଟଣାକୁ ଗୁରୁତ୍ୱ ସହ ନେବାକୁ ନିର୍ବାଚନ କମିସନଙ୍କୁ ଅନୁରୋଧ କଲେ ନବୀନ

571

କନକ ବ୍ୟୁରୋ : ନିର୍ବାଚନ ହିଂସାରେ ଗଡିଛି ଜଣେ ବିଜେପି ନେତାଙ୍କ ମୁଣ୍ଡ । ଯାହାକୁ ନେଇ ଖୋର୍ଦ୍ଧାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି ନେତାଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୋକପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ନବୀନ କହିଛନ୍ତି “ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏହି ଘଟଣାକୁ ଗୁରୁତ୍ୱର ସହ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯଦ୍ୱାରା ଏପରି ହୀନ କାର୍ଯ୍ୟର ପୁନରାବୃତ୍ତି ହେବନାହିଁ ବୋଲି ମଧ୍ୟ କହିଛନ୍ତି । ଏହାସହ ଏ ଘଟଣା ନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ନବୀନ ପଟ୍ଟନାୟକ ।

 

ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିନ୍ଦା କରିଛନ୍ତି । ଏହି ଘଟଣାରେ ମର୍ମାହତ ହେବା ସହ କହିଛନ୍ତି ଗଣତନ୍ତ୍ରରେ ହିଂସାରେ ସ୍ଥାନ ନାହିଁ । ଗଣତନ୍ତ୍ର ହେଉଛି ବାଲାଟର ଲଢେଇ, ବୁଲେଟର ନୁହେଁ । ପୋଲିସ ଡିଜିଙ୍କ ସହ କଥା ହେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ସେପଟେ ବିଜେପି ନେତାଙ୍କ ହତ୍ୟା ପରେ ଖୋର୍ଦ୍ଧାରେ ଉତ୍ତେଜନା ଦେଖାଦେଇଛି । ଖୋର୍ଦ୍ଧାଦୁଇ ଘଂଟିଆ ବନ୍ଦ ପାଳନ କରାଯାଉଛି ।

ସୂଚନାଯୋଗ୍ୟ ଖୋର୍ଦ୍ଧା ୯ ନବଂର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହତ୍ୟା କରିଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ । ଗତକାଲି ରାତି ସାଢେ ୧୧ଟା ବେଳେ ମଙ୍ଗୁଳି ନବନୀବାଗରେ ଥିବା ବିଜେପି କାର୍ଯ୍ୟାଳୟକୁ ଯାଇଥିଲା । ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହ ଆଲୋଚାନ କରି ସେ ଫେରୁଥିଲେ । ଏହି ସମୟରେ ହଠାତ୍ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିବାରୁ ଘଟଣାସ୍ଥଳରେ ଟଳିପଡିଥିଲେ ମଙ୍ଗୁଳି ଜେନା । ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା , ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।