କନକ ବ୍ୟୁରୋ : ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି । ଜାତୀୟ ସ୍ତରରେ ଭିଡ଼ିପି ଆସୋସିଏଟ୍ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଏକଥା ଜଣାପଡ଼ିଛି । ନିର୍ବାଚନ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ଆଧାର କରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ନବୀନଙ୍କୁ ୮୧ ପଏଣ୍ଟ ମିଳିଛି । ଗତକାଲି ବିଜେଡ଼ି ପକ୍ଷରୁ ଗଣମାଧ୍ୟମକୁ ଏସମ୍ପର୍କରେ ଅବଗତ କରାଯାଇଥିଲା ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ହୃଦୟରେ ନବୀନ । ରାଜ୍ୟବାସୀଙ୍କ ସହ ଜାତୀୟ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମ୍ ନୁହେଁ । ଏକତା ସ୍ପଷ୍ଟ କରୁଛି ଭିଡ଼ିପି ଆସୋସିଏଟ୍ ଦ୍ୱାରା ହୋଇଥିବା ସର୍ଭେରୁ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଝ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ସର୍ବାଧିକ ୮୧ ପଏଣ୍ଟ ପାଇଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ୭୨ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ୍ ରେଡ୍ଡି ୭୧ ପଏଣ୍ଟରେ ତୃତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ।
ନିଜ ଜନହିତକାରୀ ପଦକ୍ଷେପ ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ହୋଇଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ନିର୍ବାଚନ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନ ଭିତ୍ତିରେ ଭିଡିପି ଆସୋସିଏଟ୍ସ ପକ୍ଷରୁ କରାଯାଇଥିବା ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଛି। #Odisha#BJDpic.twitter.com/G8Btf9HGuJ
— Biju Janata Dal (@bjd_odisha) August 17, 2019
ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୬୮, ତେଲେଙ୍କାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୬୫, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୬୨, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬୦ ପଏଣ୍ଟ ଅକ୍ତିଆର କରି ଯଥାକ୍ରମେ ଚତୁର୍ଥରୁ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ୫୯ ପଏଣ୍ଟରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ୫୭ ପଏଣ୍ଟରେ ନବମରେ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୪ ପଏଣ୍ଟ ପାଇବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରେ ୫୨ ପଏଣ୍ଟ ପାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ୫୦ ଏବଂ ଏହି ତାଲିକାରେ ଶେଷରେ ଅଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ।