କରୋନା ଯୋଦ୍ଧାଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ । କରୋନା ସଂକ୍ରମିତ ସରପଞ୍ଚ ଓ ଆଶାକର୍ମୀଙ୍କ ସହ କଥା ହୋଇ ତ୍ୟାଗ ଓ ସାହାସକୁ ପ୍ରଶଂସା କଲେ, ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

350

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସେବା କରିବାବେଳେ ଯେଉଁ ସରପଂଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ଟେଲିଫୋନ କରିଛନ୍ତି ନବୀନ । ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କରିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।

ନିଜ ଜୀବନକକୁ ପାଣି ଛଡ଼ାଇ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କଙ୍କ ନବୀନଙ୍କ ପ୍ରଶଂସା । ସଙ୍କଟ ସମୟରେ ଅସହାୟଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକେ ଆଜି କରୋନା ସହ ଜୁଝୁଛନ୍ତି । ଘର ପରିବାର କଥା ଚିନ୍ତା ନକରି ନିଜର ନିସ୍ୱାର୍ଥପର ସେବା ପାଇଁ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସମୟରେ ନବୀନଙ୍କ ସହ ଫୋନରେ ସିଧାସଳଖ କଥା ହେବାପରେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.