କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସେବା କରିବାବେଳେ ଯେଉଁ ସରପଂଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ଟେଲିଫୋନ କରିଛନ୍ତି ନବୀନ । ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କରିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।
ନିଜ ଜୀବନକକୁ ପାଣି ଛଡ଼ାଇ ଲୋକଙ୍କ ସେବା କରୁଥିବା ଯୋଦ୍ଧାଙ୍କଙ୍କ ନବୀନଙ୍କ ପ୍ରଶଂସା । ସଙ୍କଟ ସମୟରେ ଅସହାୟଙ୍କ ନିକଟରେ ଛିଡ଼ା ହୋଇଥିବା ଲୋକେ ଆଜି କରୋନା ସହ ଜୁଝୁଛନ୍ତି । ଘର ପରିବାର କଥା ଚିନ୍ତା ନକରି ନିଜର ନିସ୍ୱାର୍ଥପର ସେବା ପାଇଁ ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସମୟରେ ନବୀନଙ୍କ ସହ ଫୋନରେ ସିଧାସଳଖ କଥା ହେବାପରେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/17-14.jpg)