ଶ୍ରୀମନ୍ଦିର ନିରାପତ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ପୁରୀ ଧାମର ଗରିମା ବୃଦ୍ଧି ପାଇଁ ପ୍ରଭାବିତ ହୋଇପାରନ୍ତ କିଛି ପରିବାର, କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି

Advertisment
ପୌଷ ପୂର୍ଣ୍ଣିମାରେ ମହାପଭୁଙ୍କର ପୌଷ୍ୟାଭିଷେକ ଓ ସୁନାବେଶ । ଆଂଶିକ ଗ୍ରହଣ ଥିବାରୁ ପୂଜା ନୀତିରେ ହେବନି କୌଣସି ବି ପରିବର୍ତ୍ତନ

Image Courtesy:pratinidhiodia

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ପୁରୀର ବିକାଶ ପାଇଁ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରଳୟଙ୍କରୀ ବାତ୍ୟା ଫୋନିରେ ଭୁଷୁଡ଼ି ପଡ଼ିଥିବା ଭିତ୍ତିଭୂମିର ବିକାଶ ସାଙ୍ଗକୁ ଏହାକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ସଙ୍କଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ୟାକେଜ୍ ଘୋଷଣା କରିବା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଆତଙ୍କବାଦର ଧର୍ମ ନାହିଁ । ବିଭିନ୍ନ ଧର୍ମ ଅନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି । ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ଥିଲା ।

ପୁରୀର ବିକାଶ ଓ ଶ୍ରୀମନ୍ଦିର ଚାରିପାର୍ଶ୍ବର ୬୦ ମିଟର (କ୍ୟାବିନେଟ୍ ୭୫ ମିଟର ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି) ପର୍ଯ୍ୟନ୍ତ ଭାଙ୍ଗିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ତା’ର ଆବଶ୍ୟକତା ସଂପର୍କରେ ସୂଚାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏଭଳି ବାର୍ତା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀ ଜଗନ୍ନାଥ ହେଉଛନ୍ତି, ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ । ଆମ ସଂସ୍କୃତି, ଆମ ପରମ୍ପରା ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ିଉଠିଛି । ସେ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡ଼ିଆ ଜାତିର ଧର୍ମ । ଏହି ପ୍ରକ୍ରିୟାରେ କିଛି ପରିବାର ନିଶ୍ଚିତ ପ୍ରଭାବିତ ହେବେ। କିନ୍ତୁ ଶ୍ରୀମନ୍ଦିର ନିରାପତ୍ତା ପାଇଁ ଏହି ତ୍ୟାଗ ଗୁରୁତ୍ୱପୂର୍ଣ୍ଣ।

ପୁରୀ ଧାମର ଗରିମା ବୃଦ୍ଧି ଦିଗରେ ସମସ୍ତଙ୍କ ସହଯୋଗ ମିଳିବା ଉଚିତ। କେବଳ ସେତିକି ନୁେହଁ, ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି, ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ମାଡ଼ ପରେ ସେ େଯତେବେଳେ ପୁରୀ ଗସ୍ତରେ ଯାଇଥିେଲ, ସେତେବେଳେ ପୁରୀର ଅବସ୍ଥା ଦେଖି ତାଙ୍କୁ ବହୁତ କଷ୍ଟ ଲାଗିଥିଲା। ସେହିଦିନ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିବା ପାଇଁ ସଂକଳ୍ପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe