ତାଲାବନ୍ଦକୁ ନେଇ ଉହାନ ସହରର ଉଦାହରଣ ଦେଲେ ନବୀନ ,କହିଲେ ସାମାଜିକ ଦୂରତା ଉହାନର ସ୍ଥିତିରେ ଆଣିଛି ସୁଧାର : ସୁବ୍ରତ ବାଗଚୀ କହିଲେ କାଲିଫର୍ଣ୍ଣିଆ ଭଳି ସହରରେ ବି ଜାରି ହୋଇଛି ତାଲାବନ୍ଦ,ନିର୍ଦ୍ଦେଶ ମାନିବାକୁ ଲୋକଙ୍କୁ ନିବେଦନ

1,297

କନକ ବ୍ୟୁରୋ : ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଇ ତାଲାବନ୍ଦ । କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ବାହାରକୁ ଆସିବେ ନାହିଁ । ଦୋକାନ, ବଜାର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । ରାସ୍ତାରେ ବି ଗଡ଼ିବନାହିଁ ଟାକ୍ସି ଓ ଅଟୋ ରିକ୍ସା ।

ସାମଜିକ ଦୂରତ୍ୱ ପାଇଁ ଚୀନର ଉହାନ ସହରରେ ସୁଧାର ଆସିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉହାନ୍ ସହରରୁ ବ୍ୟାପିଥିବା ଭାଇରସ୍ କରୋନା ଚୀନରେ ଅଣାୟତ ହେବାରୁ ସେଠାରେ ବି ଲକଡାଉନ୍ ହୋଇଥିଲା । ଲକଡାଉନ୍ ଯୋଗୁଁ ଗତ କିଛି ଦିନ ଭିତରେ ଚୀନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁରାପୁରି କମିଯାଇଛି କହିଲେ ଚଳେ । ୨ ଦିନ ଭିତରେ ମାତ୍ର ୨ରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ସେପଟେ ସରକାରଙ୍କ ମୁଖ୍ୟ ମୁଖପାତ୍ର କାଲିଫର୍ଣ୍ଣିଆ ସହରର ଉଦାହରଣ ଦେଇଛନ୍ତି । ୪କୋଟି ଜନସଂଖ୍ୟା ବିଶିଷ୍ଟ କାଲିଫୋର୍ଣ୍ଣିଆରେ ଲକ ଡାଉନ ଜାରି କରି କରୋନା ସଂକ୍ରମଣକୁ ରୋକିବା ପାଇଁ ସଫଳ ପ୍ରୟାସ ହୋଇଛି । ଏଣୁ ଓଡିଶା ସରକାର ବି ଏଭଳି ପନ୍ଥା ଆପଣେଇଛନ୍ତି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ହୋଇଛି । କରୋନା ରୋଗୀ ଓ ସମ୍ପର୍କୀୟଙ୍କ ସହ ରୋଗୀଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତରୀ ଟିମ ଓ ତାଙ୍କ ସମ୍ପର୍କୀୟଙ୍କ ଇଂଟରର୍ଭ୍ୟୁ ନକରିବାକୁ କୁହାଯାଇଛି ।