ବରଗଡରେ ଆଜି ଚାଷୀ ମହାସମାବେଶ କରିବେ ନବୀନ : ଦ୍ୱିତୀୟ ପର୍ଯ୍ୟାୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

Advertisment
ବରଗଡରେ ଆଜି ଚାଷୀ ମହାସମାବେଶ କରିବେ ନବୀନ : ଦ୍ୱିତୀୟ ପର୍ଯ୍ୟାୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

କନକ ବ୍ୟୁରୋ : ବରଗଡରେ ଆଜି ଚାଷୀ ମହାସମାବେଶ କରିବେ ନବୀନ । ଏହି ସମାବେଶରେ କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଂଟିବେ ମୁଖ୍ୟମନ୍ତ୍ରୀ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଟଙ୍କା ମିଳିବ । ବରଗଡର ସୋହେଲା ଚାଷୀ ସମାବେଶରେ କାଳିଆ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

publive-image image courtesy - www.telegraphindia.com

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ମିଳିବ । ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ମିଳିଥିଲା କାଳିଆ ଟଙ୍କା । ସେହିପରି ଗତ ୧୫ତାରିଖ ଦିନ କେନ୍ଦ୍ରାପଡା ଚାଷୀ ମହାସମାବେଶରେ ୩ ଲକ୍ଷ ୫୦ହଜାର ଭୂମିହୀନ ଚାଷୀଙ୍କୁ ଟଙ୍କା ମିଳିସାରିଛି । ଏହା ସହିତ ଆଜି ବରଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe