ସାବରମତି ଆଶ୍ରମରେ ଜାତିର ପିତାଙ୍କ ନମନ କଲେ ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆଙ୍କ ସଙ୍ଗେ ଅରଟ ଚଳାଇବା ସହ ବାପୁଙ୍କ ତିନି ମାଙ୍ଗଡ଼ ସମ୍ମନ୍ଧରେ ମୋଦିଙ୍କ ଠାରୁ ପଚାରି ବୁଝିଲେ ଆମେରିକା ରାଷ୍ଟ୍ରପତି

373

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାରପୋର୍ଟରେ ଭବ୍ୟ ସ୍ୱାଗତ ପରେ ରୋଡ଼ସୋ କରି ସାବରମତି ଆଶ୍ରମରେ ସପତ୍ନୀକ ପହଞ୍ଚିଥିଲେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି । ସାବରମତୀ ଆଶ୍ରମରେ ଟ୍ରମ୍ପ୍ ଓ ମେଲାନିଆଙ୍କୁ ଫୁଲମାଳ ଦିଆଯାଇ ସ୍ୱାଗତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କୁ ସାବରମତୀ ଆଶ୍ରମ ବୁଲାଇ ଦେଖାଇ ଥିଲେ । ଆଶ୍ରମରେ ଡୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଅରଟ ଚଳାଇଥିଲେ  ।

ଆଶ୍ରମ ପରସରରେ ଥିବା ବିଭିନ୍ନ କୋଠରୀକୁ ଯାଇ ମହାତ୍ମା ଗାନ୍ଧୀଙ୍କ ସ୍ମୁତି ସହ ଜଡ଼ିତ ବିଭିନ୍ନ ସାମଗ୍ରୀ ଦେଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । କେବଳ ଏତିକି ନୁହେଁ ସାବରମତି ଆଶ୍ରମରେ ମୋଦିଙ୍କ ଠାରୁ ବାପୁଙ୍କ ୩ ମାଙ୍କଡ଼ର ଅର୍ଥ  ବୁଝିଛନ୍ତି  ଟ୍ରମ୍ପ ଦମ୍ପତି । ଏହାପରେ ଟ୍ରମ୍ପ ଓ ମେଲାନିଆ ଆଶ୍ରମରେ ଥିବା ଭିଜିଟର୍ ବୁକରେ ଥ୍ୟାଙ୍କ୍ ୟୁ ନୋଟ୍ ଲେଖିଥିଲେ । ଅନେକ ସମୟ ଧରି ସାବରମତି ଆଶ୍ରମରେ ସମୟ ବିତାଇଲେ ଡୋନାଲ୍ଡ ଟ୍ରମ୍ପ ।

ସାବରମତୀ ପରେ ଏବେ ମୋଟେରା ଷ୍ଟାଡ଼ିୟମରେ ପହଞ୍ଚିଛନ୍ତି ଟ୍ରମ୍ପ । ବିଶ୍ୱର ଦୁଇ ମହାଶକ୍ତିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଆଗମନ ପାଇଁ ମୋଟେରା ଷ୍ଟାଡ଼ିୟମ ଜନସମାଗମ ହୋଇଛି । ଷ୍ଟାଡ଼ିୟମରେ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୋଇଛନ୍ତି । ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଟ୍ରମ୍ପ ।

ତେବେ ଟ୍ରମ୍ପଙ୍କ ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ସଜେଇ ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କାଙ୍କ ସହ ଆଗ୍ରାର ତାଜମହଲ ପରିଦର୍ଶନରେ ଯିବେ ଟ୍ରମ୍ପ ।