ନୂଆ ବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ଉପହାର ! ପେନସନ୍ ସ୍କିମରେ ହେଲା ବଡ଼ ପରିବର୍ତ୍ତନ

2,427

ନୂଆ ବର୍ଷ ର୍ବୂରୁ ମୋଦି ସରକାର ସାରା ଦେଶରେ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି । ସରକାର ନ୍ୟାସନାଲ ପେନସନ୍ ସ୍କିମ୍ (ଏନପିଏସ୍)ରେ ନିଜ ଯୋଗଦାନ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଲଟୀ ସୋମବାର ଏହି ସ୍କିମରେ ପରିବର୍ତ୍ତନ କରିବା ପାଇଁ ଘୋଷଣା କରିଛନ୍ତି  ।

narendra-modi
image courtesy-https://www.bgr.in

ସରକାର ଏନପିଏସରେ ନିଜର ଯୋଗଦାନ ୪ ପ୍ରତିଶତରୁ ବୃଦ୍ଧି କରି ୧୪ ପ୍ରତିଶତ କରିଛନ୍ତି । ଏହାସହ ପୁରା ରାଶିରୁ ୬୦ ପ୍ରତିଶତ ରାଶି ଟାନ୍ସଫର କରିହେବ ବୋଲି ଘୋଷଣା କରିଛନ୍ତି । ଯାହ  ପୂର୍ବରୁ ୪୦ ପ୍ରତିଶତ ଥିଲା । କର୍ମଚାରୀଙ୍କ ପାଖରେ ନିଶ୍ଚିତ ଆୟ ଉତ୍ପାଦ କିମ୍ବା ଶେୟାର ଇକ୍ୱିଟିରେ ନିବେଶର ବିକଳ୍ପ ରହିବ । ଅର୍ଥମନ୍ତ୍ରୀ ଅରୁଣ ଜେଲଟୀଙ୍କ ଅନୁସାରେ ସରକାରୀ କର୍ମଚାରୀମାନେ ଅବସର ସମୟରେ ଏନପିଏସରେ ଜମାଧନରର କୌଣସି  ଅଂଶ ବାହାର ନକରି ୧୦୦ ପ୍ରତିଶତ ପେନସନ୍ ଯୋଜନା ହସ୍ତାନ୍ତର କଲେ ତାଙ୍କର ପେନସନ୍ ଅନ୍ତିମ ଥର ପାଇଁ ୫୦ ପ୍ରତିଶତରୁ ଅଧିକ ହେବ ।

ARUN JEITLY
IMAGE COURTSY-https://www.ndtv.com

ନ୍ୟାସନାଲ ପେନସନ୍ ସ୍କିମ୍ ଏକ ରିଟାୟାରମେଂଟ ସେଭିଂ ଆକାଉଂଟ ଅଟେ । ଭାରତ ସରକାର ୧ ଜାନୁୟାରୀ, ୨୦୦୪ରେ ଏହି ଯୋଜନାର ଆରମ୍ଭ କରିଥିଲେ  । ପ୍ରଥମେ ଏହି ଯୋଜନା କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା  । ତେବେ ୨୦୦୯ରେ ପରେ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଥିଲା ।