ଭବିଷ୍ୟତରେ ବଦଳିଯିବ ଯୁଦ୍ଧ କରିବାର ଶୈଳୀ : ଭାରତକୁ ହରାଇବା ହେବ ମୁସ୍କିଲ,ଶକ୍ତିଶାଳୀ ହେଉଛି ଦେଶ

53

ଭବିଷ୍ୟତରେ ଯୁଦ୍ଧରେ ଲଢ଼ିବାର ଶୈଳୀ ପୁରାପୁରି ବଦଳିଯିବ । ଆଉ ପୂର୍ବରୁ ଏକଥା ସ୍ପଷ୍ଟ ହୋଇସାରିଛି । ଏବେ ଦୁନିଆରେ ବଡ଼ ବଡ଼ ଦେଶ ଏପରି ଅଛନ୍ତି ଯେଉଁମାନେ ଆଧୁନିକ ଜ୍ଞାନକୌଳଶ ଉପରେ କାମ କରୁଛନ୍ତି । ଆଉ ଏଥରେ ଭାରତ ମଧ୍ୟ ସାମିଲ ରହିଛି । ଏହି ଉପାୟ ଅନ୍ୟ କିଛି ନୁହେଁ ଏହା ହେଲା ଯୁଦ୍ଧରେ ଆର୍ଟିଫିସିଆଲ ଇଂଟିଲଜେନ୍ସ ( ଏଆଇ)ର ବ୍ୟବହାର କରାଯିବା । ତେବେ ଏନେଇ ଭାରତ ମଧ୍ୟ ବହୁ ପୂର୍ବରୁ କାମ ଆରମ୍ଭ କରିଦେଇଛି । ଏହି ପରିଯୋଜନାର ଲକ୍ଷ୍ୟ ହେଲା ସୁରକ୍ଷା ବଳକୁ ମାନବ ଟ୍ୟାଙ୍କ, ପୋତ, ବିମାନ ଓ ରୋବୋଟିକ ଅସ୍ତ୍ରଶସ୍ତ୍ର ସଂଗେ ସଂଗୋଗ କରାଯିବ । ଯଦି ଏହି ଯୋଜନା ସଫଳ ହୁଏ, ତେବେ ନିଶ୍ଚିତ ରୂପରେ ଆଗାମୀ ସମୟରେ ଯୁଦ୍ଧର ଦିଶା ବଦଳିଯିବ । ଆଉ ଆଗକୁ ଯୁଦ୍ଧ ମଇଦାନରେ ଯବାନ କମ ରୋବୋଟିକ ମେସିନ ଅଧିକ ରହିବ । ତେବେ ଏହି ପରିଯୋଜନାର ପ୍ରଥମେ କାମ ଆରମ୍ଭ କରିଥିିଲା ଚୀନ ।

ଆର୍ଟିଫିସିଆଲ୍ ଇଂଟିଲିଜେନ୍ସ ଉତ୍ତମ ଜ୍ଞାନକୌଶଳରେ ନିର୍ମାଣ ହେଉଥିବା କମ୍ପ୍ୟୁଟର ବିଜ୍ଞାନର ପରିସର ଅଟେ । ସୂଚନାଯୋଗ୍ୟ ଆମେରିକା ମାନବ ରହିତ ଡ୍ରୋନ ସହ ଆଫଗାନିସ୍ତାନ ଉତ୍ତର-ପଶ୍ଚିମ ପାକିସ୍ତାନରେ ଆତଙ୍କବାସୀଙ୍କୁ ଗୁପ୍ତ ଠିକଣା ଉପରେ ଲକ୍ଷ୍ୟ ରଖିଥିଲା । ମାନବ ରହିତ ଆର୍ଟିଫିସିଆଲ ଇଂଟିଲିଜେନ୍ସ ସାହଯ୍ୟରେ ଶତ୍ରୁପକ୍ଷକୁ ଆକ୍ରମଣ ମଧ୍ୟ କରିଥିଲା । ପ୍ରକୃତକଥା ହେଲା ଡ୍ରୋନର କମାଣ୍ଡୋ କଣ୍ଟ୍ରୋଲ ରୁମରେ ବସି ଡ୍ରୋନକୁ ନିୟନ୍ତ୍ରିତ କରନ୍ତି । ସ୍ୟାଟେଲାଇଟ୍ ସାହାଯ୍ୟରେ ସେମାନେ ଯୋଡ଼ି ହୋଇ ଥାଆନ୍ତି । ଡ୍ରୋନରେ ଲାଗିଥିବା କ୍ୟାମେରା ଓ ସେଠାରେ ଲାଗିଥିବା କମ୍ପ୍ୟୁଟର ସାହାଯ୍ୟରେ କଣ୍ଟ୍ରୋଲ ରୁମରୁ ବସିଥିବା ବ୍ୟକ୍ତି ଆକ୍ରମଣ କରୁଥିବା ସ୍ଥାନର ଓ ଡ୍ରୋନର ପୁରା ସୂଚନା ଏକାଠି କରିପାରନ୍ତି । ଏହା ବ୍ୟତୀତ ଡ୍ରୋନରେ ଲାଗିଥିବା କ୍ୟାମେରୋ ଦିନ ଓ ରାତି ସମୟରେ ହାଇ ରିଜଲୁସର ସଠିକ ଫଟୋ ମଧ୍ୟ ଉଠାଇବାରେ ସହାୟକ ହୋଇଥାଏ । କଂଣ୍ଟ୍ରୋଲ ରୁମରେ ବସିଥିବା ବ୍ୟକ୍ତି ଠିକ ସମୟରେ ଠିକ ଲକ୍ଷ୍ୟ ମିଳିଲେ ଶତ୍ରୁ ଉପରେ ଆକ୍ରମଣ କରନ୍ତି । ଆର୍ଟିଫିସିଆଲ ଇଂଟିଲିଜେନ୍ସର ସବୁଠାରୁ ବଡ଼ ଲାଭ ହେଲା ଯୁଦ୍ଧ ହେଲେ ଯବାନଙ୍କୁ କମ କ୍ଷତି ପହଞ୍ଚିବ ।

ସୂଚନାଯୋଗ୍ୟ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ କ୍ଷେତ୍ରରେ ଭାରତ ଯେପରି କାମ କରୁଛି ଚୀନ ଓ ପାକିସ୍ତାନ ମଧ୍ୟ ସେପରି କାମ କରୁଛନ୍ତି । ଉଭୟ ଦେଶର ସୀମାରେ ଆର୍ଟିଫିସିଆଲ ଇଂଟିଲିିଜେନ୍ସ ବ୍ୟବହାର କରିବା ପାଇଁ ଗୁରତ୍ୱ ଦେଉଛନ୍ତି । ଏଥିପାଇଁ ଅନ୍ୟ ଶକ୍ତିଶାଳୀ ଦେଶମାନେ ମଧ୍ୟ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ କ୍ଷେତ୍ରରେ ଜୋରସୋରରେ କାମ କରୁଛନ୍ତି ।