ଭାରତରେ ଏକଜିଟ ପୋଲ୍ ଆସିବା ପରେ ଶତ୍ରୁ ଦେଶ ପାକିସ୍ତାନରେ ହାହାକାର : ୧୯ ମେ ପରଠାରୁ ଗୁଗୁଲରେ ସର୍ବାଧିକ ମୋଦିଙ୍କୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ

1,344

କନକ ବ୍ୟୁରୋ : ଆସନ୍ତାକାଲି ଆସିବ ସାଧାରଣ ନିର୍ବାଚନର ରାୟ । ସମସ୍ତଙ୍କ ଅପେକ୍ଷା କିଏ କରିବ ବିଶ୍ୱର ସବୁଠାରୁ ଗଣତନ୍ତ୍ରରେ ସରକାର । ଠିକ୍ ଏତିକି ବେଳେ ପାକିସ୍ତାନୀ ମିଡିଆରେ ମଧ୍ୟ ମୋଦିଙ୍କୁ ନେଇ ଜୋରଦାର ଚର୍ଚ୍ଚା । ତେବେ ଏହି ଚର୍ଚ୍ଚା ଭିତରେ ମୋଦିଙ୍କୁ ନେଇ ପାକିସ୍ତାନୀ ମିଡିଆରେ ଭୟ ବି ଘାରିଛି । ୧୯ ମେ ତଥା ଯେଉଁ ଦିନ ବୁଥ ବାହୁଡ଼ା ମତ ଆସିଲା ତା’ପର ଠାରୁ ପାକିସ୍ତାନରେ ମୋଦିଙ୍କୁ ଅଧିକ ସର୍ଚ୍ଚ କରାଯାଇଛି । ଗୁଗଲ ଟ୍ରେଣ୍ଡ ଅନୁସାରେ ନରେନ୍ଦ୍ର ମୋଦିଙ୍କୁ ଭାରତ ଅପେକ୍ଷା ପାକିସ୍ତାନରେ ଅଧିକ ସର୍ଚ୍ଚ କରାଯାଇଛି । ଅର୍ଥାତ ଫଳାଫଳ ଦିନ ପାଇଁ ଭାରତୀୟ ଯେତେ ଉତ୍କଣ୍ଠା ସହ ଅନେଇ ବସିଛନ୍ତି, ତା’ଠାରୁ ଅଧିକ ଆଗ୍ରହ ଦେଖିବାକୁ ମିଳିଛି ପାକିସ୍ତାନରେ ।

ଏକଜିଟ୍ ପୋଲ୍ ଆକଳନରେ ମୋଦି ପୁଣି ଥରେ ସରକାର ଗଠନ କରିବେ ବୋଲି ତଥ୍ୟ ଆସୁଥିବା ବେଳେ ପାକିସ୍ତାନର ସବୁଠାରୁ ଲୋକପ୍ରିୟ ଖବରକାଗଜ ‘ଡନ୍’ ରେ ପାକିସ୍ତାନର ବିଶିଷ୍ଟ ରାଜନୈତିକ ସମୀକ୍ଷକମାନେ ନିଜର ଆଭିମୁଖ୍ୟ ରଖି ଲେଖା ଲେଖିଛନ୍ତି । ଜାହିଦ୍ ହୁସେନ୍ ନାମକ ଜଣେ ବିଶିଷ୍ଟ ରାଜନୈତିକ ସମୀକ୍ଷକ ଲେଖିଛନ୍ତି , ୨୦୧୪ରେ ମୋଦି ଅର୍ଥନୈତିକ ଏଜେଣ୍ଡାକୁ ଧରି ବିପୁଳ ଜନସମର୍ଥନ ପାଇଥିବା ବେଳେ ଏଥର ରାଷ୍ଟ୍ରୀୟ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି । ପାକିସ୍ତାନ ସୀମାରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିବା ଘଟଣାକୁ ମୋଦି ମୁଖ୍ୟ ଏଜେଣ୍ଡା କରିଛନ୍ତି । ହୁସେନ୍ ଲେଖିଛନ୍ତି ଏହି ଘଟଣା ସତ ହୋଇନଥିଲେ ମଧ୍ୟ ଭାରତୀୟମାନେ ଏହାକୁ ବିଶ୍ୱାସ କରିଛନ୍ତି ।