ଚୀନ ରାଷ୍ଟପତିଙ୍କ ଗସ୍ତ ପୂର୍ବରୁ ଭାରତର କଡା ଆଭିମୁଖ୍ୟ : କାଶ୍ମୀର ଆମର ଆଭ୍ୟନ୍ତରୀଣ ମାମଲା, ବରଦାସ୍ତ କରାଯିବନି ତୃତୀୟ ପକ୍ଷର ହସ୍ତେକ୍ଷପ 

957

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ । ତାଙ୍କ ଗସ୍ତର ଠିକ୍ ପୂର୍ବରୁ କାଶ୍ମୀର ପ୍ରସଙ୍ଗକୁ ନେଇ ବେଜିଂକୁ ନୂଆଦିଲ୍ଲୀର କଡା ଟିପ୍ପଣୀ । କାଶ୍ମୀର ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗରେ ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କାଶ୍ମୀର ପ୍ରସଙ୍ଗରେ ଭାରତ ସହ ଆଲୋଚନା କରି ଏହାର ସମାଧାନ କରିବା ପାଇଁ ପାକିସ୍ତାନକୁ ଦୁଇ ଦିନ ପୂର୍ବରୁ କହିଥିଲା ଚୀନ୍ । ଏବେ ପୁଣି ମିଳିଥିବା ସୂଚନା ଅନୁସାରେ ମିଳିତ ଜାତିସଂଘ ଚାର୍ଟର ଅନୁଯାୟୀ ମାମଲାର ସମାଧାନ ପାଇଁ ଚୀନ୍, ପାକିସ୍ତାନକୁ କହିଛି । ଯାହା ଚୀନ ଦୁଇ ଦିନ ପୂର୍ବରୁ ଦେଇଥିବା ବୟାନଠାରୁ ସମ୍ପୂର୍ଣର୍ ଭାବେ ଭିନ୍ନ । 

ପୂର୍ବରୁ ଚୀନ ସରକାର କହିଥିଲେ,କାଶ୍ମୀର ବିବାଦର ସମାଧାନ ହେବା ଦରକାର । କିନ୍ତୁ ମଧ୍ୟସ୍ଥତା ପାଇଁ ତୃତୀୟ ପକ୍ଷର ହସ୍ତକ୍ଷେପ ଆଦୌ ଦରକାର ନାହିଁ । ଉଭୟ ରାଷ୍ଟ୍ର ଏନେଇ ଆଲୋଚନା କରି ସମସ୍ୟାର ସମାଧାନ କରୁ ବୋଲି ଚୀନ୍ କହିଥିଲା । ଏବେ ପୁଣି ନିଜ ମତ ବଦଳାଇଛି ଚୀନ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସାକ୍ଷାତ ପରେ ଏପରି ମନ୍ତବ୍ୟ ଦେଇଥିଲା ଚୀନ । 

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର । ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଯେ, କାଶ୍ମୀର ହେଉଛି ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗରେ ଅନ୍ୟ ରାଷ୍ଟ୍ରର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ଆସନ୍ତାକାଲି ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି  ଜିନପିଙ୍ଗ । ଏହି ଗସ୍ତ ସମୟରେ ଚେନ୍ନାଇର ମମଲ୍ଲାପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଜିନପିଙ୍ଗ । ଏବଂ ତାଙ୍କର ପ୍ରା ୨୪ଘଂଟା ରହଣୀ ମଧ୍ୟରେ ୭ଘଂଟା ସମୟ ମୋଦିଙ୍କ ସହ ଅତିବାହିତ କରିବେ ଜିନପିଙ୍ଗ ।