ଘର କିଣୁ ଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର : ଫ୍ଲାଟ୍ ଦେବାରେ ଏକ ବର୍ଷ ବିଳମ୍ୱ କଲେ ଟଙ୍କା ଫେରସ୍ତ ମାଗିପାରିବେ କ୍ରେତା

124

କନକ ବ୍ୟୁରୋ : ଟଙ୍କା ଦେଇ ବର୍ଷ ବର୍ଷ ଧରି ଫ୍ଲାଟ ପାଉନଥିବା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଏଣିକି ବିଲଡର ମାନେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇ ଅହେତୁକ ବିଳମ୍ବ କରିପାରିବେ ନାହିଁ । ନ୍ୟାସନାଲ କଞ୍ଜ୍ୟୁମର ଡିସପୁଟସ ରିଡ୍ରେସାଲ କମିସନ ଏକ ରାୟ ଦେଇ କହିଛନ୍ତି, ଫ୍ଲାଟ ଦେବାରେ ଏକ ବର୍ଷରୁ ଅଧିକ ବିଳମ୍ବ କଲେ ଗ୍ରାହକ ଟଙ୍କା ଫେରସ୍ତ ମାଗିପାରିବେ । ଏବଂ ବିଲଡରଙ୍କୁ ଏହି ଟଙ୍କା ତୁରନ୍ତ ଫେରାଇବାକୁ ପଡିବ । ପୂର୍ବରୁ କୋର୍ଟ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଫ୍ଲାଟ ଦେବାକୁ ବାରମ୍ବାର ଚେତାବନୀ ଦେଇଥିଲେ ।

ତେବେ ଏଥର ନ୍ୟାସନାଲ କଜୁଂମର ଡିସପୁଟସ ରିଡ୍ରେସାଲ କମିସନ ଏକ ସମୟସୀମା ନିର୍ଦ୍ଦାରଣ କରିଛନ୍ତି । ଦିଲ୍ଲୀର ଜଣେ ଗ୍ରାହକ ୨୦୧୨ରେ ଗୁରଗାଓଁ ଠାରେ ଏକ ଫ୍ଲାଟ କିଣିଥିଲେ । ୩ ବର୍ଷରେ ଏହି ଫ୍ଲାଟ ଦେବାକୁ ବିଳଡର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏଁ ଘର ଦେଇପାରିନଥିଲେ । ଏହି ମାମଲାର ଶୁଣାଣି କରି ନ୍ୟାସନାଲ କଜୁଂମର ଡିସପୁଟସ ରିଡ୍ରେସାଲ କମିସନ କହିଛନ୍ତି, ଏଣିକି ଏକ ବର୍ଷରୁ ଅଧିକ ବିଳମ୍ବ ହେଲେ, ଗ୍ରାହକ ତାଙ୍କର ଟଙ୍କା ଦାବି କରିପାରିବେ ।