ଡିଜିଟାଲ ଦୁନିଆରେ ଅସହାୟ ଶିଶୁ : ଆମେରିକା ସଂସ୍ଥାର ଚିନ୍ତାଜନକ ରିପୋର୍ଟ, ୱେବସାଇଟରେ ଶିଶୁ ଯୌନ ଚିତ୍ର ଅପଲୋଡରେ ଭାରତ ପ୍ରଥମ 

Advertisment
ଡିଜିଟାଲ ଦୁନିଆରେ ଅସହାୟ ଶିଶୁ : ଆମେରିକା ସଂସ୍ଥାର ଚିନ୍ତାଜନକ ରିପୋର୍ଟ, ୱେବସାଇଟରେ ଶିଶୁ ଯୌନ ଚିତ୍ର ଅପଲୋଡରେ ଭାରତ ପ୍ରଥମ 

କନକ ବ୍ୟୁରୋ : ଡିଜିଟାଲ ଦୁନିଆରେ କୁନି କୁନି ପିଲା କେତେ ଅସହାୟ ହୋଇ ପଡୁଛନ୍ତି ତାର ଏକ ସାଂଘାତିକ୍ ସତ ସାମ୍ନାକୁ ଆସିଛି । ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରସ୍ତୁତ ହୋଇଥିବ ରିପୋର୍ଟ ଅନୁସାରେ  ଗତ ୫ ମାସ ଭିତରେ ୨୫ ହଜାର ଶିଶୁଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ବିଭିନ୍ନ ୱେବସାଇଟରେ ଅପଲୋଡ କରାଯାଇଛି ।  ଶିଶୁଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ୱେବସାଇଟରେ ଛାଡ଼ିବା କ୍ଷେତ୍ରରେ ସାରା ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ଉଦବେଗଜନକ ତଥ୍ୟ ହେଉଛି-ଶିଶୁ ଯୌନ ଉତ୍ପୀଡନ ଭିଡିଓ କରିବା ଏବଂ ତାକୁ ଭାଇରାଲ କରିବାରେ ସାରାଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା ।

ଆମେରିକୀୟ ସଂସ୍ଥା ନ୍ୟାସନାଲ ସେଂଟର ଫର ମିସିଂ ଆଣ୍ଡ ଏକ୍ସପ୍ଲୋଏଟେଡ୍ ଚିଲରେନ୍ ଏପରି ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଯେକୌଣସି ଭାରତୀୟଙ୍କୁ ବ୍ୟଥିତ କରିଦେବ ।  ଏହାକୁ ଆଧାର କରି ଇଣ୍ଡିଆ ଟୁଡେ ମାଗାଜିନ୍ ବିସ୍ତୃତ ତଥ୍ୟ ସାମନାକୁ ଆଣିଛି ।

publive-image

ବିଗତ ୫ ମାସ ମଧ୍ୟରେ କେବଳ ଭାରତୀୟ ଶିଶୁଙ୍କର ୨୫ ହଜାର ଫଟୋ ଏବଂ ଭିଡିଓ ବିଭିନ୍ନ ସାଇଟରେ ଅପଲୋଡ କରାଯାଇଛି । ଥାଇଲାଣ୍ଡକୁ ପଛରେ ପକାଇ ୧ ନମ୍ବର ପାଲଟିଛି ଭାରତ । ଆଉ ଭାରତରେ ୧ ନମ୍ବର ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ ।  ଦିଲ୍ଲୀ ପଛକୁ ରହିଛି ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ।

ଏନସିଆରବି ରିପୋର୍ଟ ଅନୁସାରେ 

ଶିଶୁ ଯୌନ ଉତ୍ପୀଡନ ଭିଡିଓ କରିବା ଓ ତାହାକୁ ଭାଇରାଲ କରିବାରେ ଓଡିଶାର ସ୍ଥାନ ଦେଶରେ ପ୍ରଥମ

୨୦୧୭ରେ ଏ ନେଇ ମାତ୍ର ୮ଟି ମାମଲା ହୋଇଥିବା ବେଳେ ୨୦୧୮ରେ ଏହାର ସଂଖ୍ୟା ବୃଦ୍ଧି ପାଇ ୩୩୩ରେ ପହଁଚିଛି

୨୦୧୭ରେ ସମଗ୍ର ଦେଶରେ ଏହି ମାମଲା ୩୩୧ ଥିବା ବେଳେ ୨୦୧୮ରେ ୭୮୧ ମାମଲା ହୋଇଛି

ହ୍ୱାଟସଆପ,ଫେସବୁକ, ୟୁଟ୍ୟୁବ୍ ପରି ଜଣାଶୁଣା ସୋସିଆଲ ମିଡିଆ ସଂସ୍ଥା ଏମିତି ଅଶ୍ଳୀଳ ଫଟୋ ଓ ଭିଡିଓ ଶେୟାର କରୁଥିବା ବ୍ୟବହାରକାରୀଙ୍କ ଆକାଉଂଟକୁ ବ୍ଳକ କରି ଫଟୋ ଓ ଭିଡିଓକୁ ୱେବପେଜରୁ ବାଦ ଦେଉଛନ୍ତି । ଏହା ସତ୍ୱେ ଅପରାଧର ଏହି କଳା କାରନାମା ଉପରେ ପ୍ରତିବନ୍ଧ ଲଗାଯାଇ ପାରୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe