ବିଜେପିର ସାଂପ୍ରତିକ ଧାରାକୁ ନେଇ କ୍ଷୋଭ ପ୍ରକାଶ କଲେ ଆଡଭାନୀ ! ରାଜନୀତିରୁ ସନ୍ୟାସ ନେବା ପରେ ଲେଖିଲେ ବ୍ଳଗ୍, କହିଲେ ପ୍ରଥମେ ଦେଶ ତାପରେ ବ୍ୟକ୍ତି

247

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀଙ୍କ ବ୍ଲଗ୍ । ଏବଂ ବ୍ଲଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟ୍ । ଦେଶରେ ନିର୍ବାଚନର ମାହୋଲ ଥିବାବେଳେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଆଡଭାନୀ ନିଜ ବ୍ଲଗରେ ଲେଖିଛନ୍ତି , ମୋ ପାଇଁ ପ୍ରଥମେ ଦେଶ, ତା ପରେ ପାର୍ଟି ଓ ଶେଷରେ ମୁଁ । ଆଡଭାନୀଙ୍କ ଏପରି ବ୍ଲଗ୍କୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରୁ ବାହାର ହେବା ପରେ ବ୍ଲଗ୍ ଲେଖି ନିଜର ମତ ରଖିଛନ୍ତି ବିଜେପିର ବରିଷ୍ଠ ନେତା ତଥା ମାର୍ଗଦର୍ଶକ ମଣ୍ଡଳିର ସଦସ୍ୟ ଲାଲକୃଷ୍ଣ ଆଡଭାନୀ ।

ଏପ୍ରିଲ ୬ ତାରିଖରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଆଡଭାନୀ ବ୍ଲଗରେ ଲେଖିଛନ୍ତି, ତାଙ୍କ ପାଇଁ ପ୍ରଥମେ ଦେଶ, ତା ପରେ ପାର୍ଟି ଓ ଶେଷରେ ସେ । ବିଜେପି ଏହାର ସ୍ଥାପନ ଦିବସ ପରଠାରୁ କେବେ କୌଣସି ଭିନ୍ନ ରାଜନୈତିକ ବିଚାର ରଖୁଥିବା ବ୍ୟକ୍ତିଙ୍କୁ ନିଜର ଶତ୍ରୁ ବୋଲି ଗ୍ରହଣ କରିନାହିଁ । ରାଷ୍ଟ୍ରବାଦୀ ବିଚାର ବୋଧରେ ରାଜନୈତିକ ବିରୋଧୀଙ୍କୁ କେବେ ଦେଶ ବିରୋଧୀ ବୋଲି ଗ୍ରହଣ କରିନି । ଆଡଭାନୀଙ୍କ ଏପରି ବ୍ଲଗ୍ ଉପରେ ଟୁଇଟ୍ କରି ଏହାକୁ ସମର୍ଥନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଟୁଇଟରେ ଲେଖିଛନ୍ତି ବାସ୍ତବ ମର୍ମ କହିଛନ୍ତି ଆଡଭାନୀ ।