ବାଲେଶ୍ୱରର ନୀଳଗିରି ରେଳଧାରଣାରେ ଫାଟ ! ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ

Advertisment
ବାଲେଶ୍ୱରର ନୀଳଗିରି ରେଳଧାରଣାରେ ଫାଟ ! ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ

କନକ ବ୍ୟୁରୋ : ଗୋଟିଏ ବଡ ଧରଣର ଟ୍ରେନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ୱର ନୀଳଗିରି ରେଳ ଧାରଣାରେଫାଟ । ବାଙ୍ଗିରିପୋଷି- ଭୁବନେଶ୍ୱର ଏକ୍ସପ୍ରେସ ଆସୁଥିବା ବେଳେ ରେଳ ଧାରଣାରେ ଫାଟ ଦେଖି ସ୍ଥାନୀୟ ଲୋକ ଟ୍ରେନକୁ ଅଟକାଇ ଥିଲେ । ଟ୍ରେନଟି ଅଟକି ଯିବାରୁ ଅଘଟଣରୁ ରକ୍ଷା ପାଇ ଯାଇଥିଲା । ଏହା ପରେ ରେଳ ଲାଇନର ମରାମତି କରାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe