ଆସନ୍ତାକାଲି ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ, ମା’କୁ ସାକ୍ଷାତ କରି ଆଶିର୍ବାଦ ନେବେ ମୋଦି

122

କନକ ବ୍ୟୁରୋ : କେନ୍ଦ୍ରରେ ପୁଣି ମୋଦି ସରକାର । ପ୍ରଚଣ୍ଡ ବହୁମତରେ ପୁଣି ଥରେ ସରକାର ଗଢ଼ିବ ବିଜେପି ।  ମୋଦି ହେ ତୋ ମୁମକିନ୍ ହେ.. ଏ କେବଳ ନାରା ନଥିଲା, ପୁଣିଥରେ ବାସ୍ତବ ରୂପ ନେଇଛି । ପ୍ରଥମଥର ପାଇଁ ବିଜେପି ୩୦୦ ପାର କରିଛି ଆଉ ଏନଡ଼ିଏ ପାର କରିଛି ୩୫୦ ସିଟ୍ । ମୋଦି ସୁନନାମୀରେ ଆଗରେ ଫିକା ପଡିଛନ୍ତି ବିରୋଧୀ ।

ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଆଗାମୀ ୩୦ ତାରିଖରେ ଶପଥ ଗ୍ରହଣ କରିବେ ମୋଦି । ତେବେ ତା‘ ପୂର୍ବରୁ ନରେନ୍ଦ୍ର ମୋଦି ଆସନ୍ତାକାଲି ମାଆ ହୀରାବେନଙ୍କୁ ଭେଟିବା ପାଇଁ ଗୁଜୁରାଟ ଯିବେ । ମାଆଙ୍କ ଠାରୁ ଆଶୀର୍ବାଦ ନେବା ସହ ଗୁଜୁରାଟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବେ । ଆଉ ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରରେ ଗୋଟିଏ ଦିନ ରହିବେ । ସୂଚନାଯୋଗ୍ୟ ଉଲ୍ଲେଖଯୋଗ୍ୟ ଯେ ଗୁଜୁରାଟରେ ବିଜେପି ସମସ୍ତ ୨୬ଟି ଆସନରେ ବିଜୟୀ ହୋଇଛି।

ମା’ଙ୍କୁ ଭେଟିବା ପରେ ମେ’ ୨୮ରେ ବାରାଣସୀ ଯାଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମୋଦି । ସେ ଭଗବାନ ଶିବଙ୍କ ଠାରୁ ଆଶୀର୍ବାଦ ନେଇ ଦ୍ୱିତୀୟ ଥର ଭାରତର କ୍ଷମତା ଗ୍ରହଣ କରିବେ । ତାଙ୍କ ବିଜୟରେ କାଶୀବାସୀଙ୍କ ଆଶୀର୍ବାଦ ରହିଛି ଏବଂ ସେଥିପାଇଁ ସେ ଶପଥ ଗ୍ରହଣ କରିବା ପୂର୍ବରୁ ସାଧାରଣ ଜନତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।