ତାଗିଦ ସତ୍ୱେ ମାନିଲେନି ନିର୍ଦ୍ଦେଶ : ଖପ୍ପା ହେଲେ ମୋଦି, ସଂସଦୀୟ ଅଧିବେଶନରେ ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ମାଗିଲେ

Advertisment
ସିଏଏ ସମ୍ପର୍କରେ ମୋଦିଙ୍କ ସଚେତନତା ଅଭିଯାନ : ଟ୍ୱିଟରରେ କ୍ୟାମ୍ପେନ୍ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

https://www.google.com/

କନକ ବ୍ୟୁରୋ : କଡ଼ା ନିର୍ଦ୍ଦେଶ ସତ୍ୱେ ନିର୍ଦ୍ଦେଶ ମାନୁନାହାନ୍ତି ମୋଦିଙ୍କ ମନ୍ତ୍ରୀ । ସଂସଦ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ପ୍ରଧାନମନ୍ତ୍ରୀ ତାଗିଦା କରିବା ପରେ ବି ମନ୍ତ୍ରୀମାନଙ୍କର ଖାମଖିଆଲି ମନୋଭାବ ଯାଇନି । ସଂସଦ ଅଧିବେଶନରେ ଅନୁପସ୍ଥିତ ରହୁଥିବା ବିଜେପି ମନ୍ତ୍ରୀମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂସଦରେ ଉପସ୍ଥିତ ରହିବାପାଇଁ କୁହାଯିବା ସତ୍ତ୍ବେ ଯେଉଁମାନେ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି ଏବଂ ନିଜ କର୍ତ୍ତବ୍ୟ ଠିକ୍ରେ ପାଳନ କରିନାହାନ୍ତି ସେମାନଙ୍କ ତାଲିକା ପ୍ରଦାନ କରିବା ପାଇଁ ମୋଦୀ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି । ବିଜେପି ସଂସଦୀୟ ଦଳର ସାପ୍ତାହିକ ବୈଠକରେ ମୋଦି ଗତକାଲି ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସମସ୍ତ ମନ୍ତ୍ରୀ ଏବଂ ସାଂସଦମାନଙ୍କୁ ସେମାନଙ୍କ କାର୍ଯ୍ୟ ସଠିକ୍ ଭାବେ କରିବାପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ମାସ ପ୍ରାରମ୍ଭରେ ମୋଦି ସ୍ପଷ୍ଟ କରିଥିଲେ ଯେ ବିଜେପି ଏହାର ସମସ୍ତ ସଦସ୍ୟମାନଙ୍କର ସଂସଦରେ ଉପସ୍ଥିତି ନେଇ କଡ଼ା ନଜର ରଖିଛି । ଯେଉଁମାନେ ଅଧିବେଶନରେ ବସୁନାହାନ୍ତି, ଆଲୋଚନାରେ ଭାଗ ନେଉନାହାନ୍ତି ସେମାନଙ୍କ କାର୍ଯ୍ୟକଳାପର ସମୀକ୍ଷା କରାଯିବ । ସେହି ଆଧାରରେ ସେମାନଙ୍କ ସଂପର୍କରେ ନିଷ୍ପତ୍ତି ନିଆଯିବ । ଗତକାଲି ସଂସଦୀୟ ଦଳ ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe