ମୋଦିଙ୍କ ଆଖିରେ ଲୁହ : ଜନଔଷଧୀ ଯୋଜନାରେ ଲାଭବାନ ହୋଇଥିବା ମହିଳାଙ୍କ ସହ କଥା ହେଲାବେଳେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ

1,195

କନକ ବ୍ୟୁରୋ : ମୋଦିଙ୍କ ଆଖିରେ ଲୁହ । ଜନଔଷଧୀ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା ସମୟରେ ଭାବୁକ ହୋଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ଲାଭବାନ୍ ହୋଇଥିବା ଦୀପା ଶାହା ନିଜ କାହାଣୀ ବଖାଣିଛନ୍ତି । ପୂର୍ବରୁ ଔଷଧ କିଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ଯୋଜନା ଅନୁସାରେ କମରେ ଔଷଧ ପାଇ ପାରୁଛନ୍ତି ବୋଲି ସେ କହିଛନ୍ତି ।

ପାରାଲିସିସରେ ଆକ୍ରାନ୍ତ ହୋଇ ଦୀପା ଶାହା କଥା କହିପାରୁ ନଥିଲେ । ପାଣି ପରି ଟଙ୍କା ଖର୍ଚ୍ଚ ହେଉଥିଲା । ଦୀପାଳୀଙ୍କ ସ୍ୱାମୀ ମଧ୍ୟ ଦିବ୍ୟାଙ୍ଗ ହୋଇଥିବା ବେଳେ ଏତେ ଟଙ୍କା ଦେଇ ଔଷଧ କିଣିବା ଅସମ୍ଭବପର ହେଉଥିଲା । ମୋଦିଙ୍କ ଜନଔଷଧୀ ଯୋଜନା ଦ୍ୱାରା ଆଜି ସେ ଲାଭବାନ୍ ହୋଇପାରିଛନ୍ତି । ଏବଂ କଥା ମଧ୍ୟ କହିପାରୁଛନ୍ତି । ୫୦୦୦ ହଜାରର ଔଷଧ ଏବେ ମାତ୍ର ୧୫୦୦ ଟଙ୍କାରେ ପାଇପାରୁଛନ୍ତି । ବଳକା ଟଙ୍କାରେ ଏବେ ଫଳମୂଳ ଖାଉଥିବା କଥା କହିଛନ୍ତି ଦୀପାଳି । ଆଉ ସବୁ କିଛି ସମ୍ଭବ ହୋଇପାରିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ।

ମୋଦିଙ୍କ ସହ କଥା ହେଲା ବେଳେ ଦୀପାଳି ବି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି । ଇଶ୍ୱରଙ୍କ ସହ ମୋଦିଙ୍କୁ ତୁଳନା କରିଛନ୍ତି । ଇଶ୍ୱରଙ୍କୁ ଆଖିରେ ଦେଖି ନଥିଲେ ପ୍ରଧାନମନ୍ତ୍ରୀ ମୋ ପାଇଁ ଇଶ୍ୱର ବୋଲି କହିଛନ୍ତି ଦୀପାଳି ।