କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ମୋଦିଙ୍କ ଶେଷ ରାଲି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପୁରା ବଳ ଖଟାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମଧ୍ୟପ୍ରଦେଶର ଖରଗୋନରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ରାଲିରେ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ପୁଣି ଏଥର ବହୁମତରେ ସରକାର ଗଢ଼ିବ ବିଜେପି । ଏଥର ୩୦୦ ଆସନ ଅକ୍ତିଆର କରିବ ଦଳ । ଏଥର ନିର୍ବାଚନରେ କୌଣସି ଦଳକୁ ନୁହେଁ, ଦେଶ ପାଇଁ ଭୋଟ କରୁଛନ୍ତି ଜନତା । ଦେଶ ହିତକୁ ଆଖି ଆଗରେ ରଖି ହେଉଛି ୨୦୧୯ ନିର୍ବାଚନ । ଦେଶର ଭବିଷ୍ୟତକୁ ଆଗରେ ରଖି ହେଉଛି ମତଦାନ ।

Advertisment

ଘରେ ପଶି ଆତଙ୍କବାଦୀଙ୍କୁ ମାରି ପାରୁଥିବା ସରକାର ଚାହୁଁଛନ୍ତି ଦେଶବାସୀ । ଦେଶବାସୀ ପ୍ରେରଣା, ରାଷ୍ଟ୍ରବାଦ, ସୁଶାସନ ମନ୍ତ୍ର ନେଇ ଆଗକୁ ବଢ଼ୁଛନ୍ତି । ଭାଜପା ପ୍ରତି ନିଜର ବିଶ୍ୱାସ ସ୍ପଷ୍ଟ ନଜୟ ଆସୁଛି । ଆଦିବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେବେ ପର୍ଯ୍ୟନ୍ତ ମୋଦି ସରକାର ରହିଛି, ଜଙ୍ଗରେ ରହୁଥିବା ଅଧିବାସୀଙ୍କ ଅଧିକାର ରହିବ । ସେମାନଙ୍କ ଜମିକୁ କେହି ଜବରଦଖଲ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ବିରୋଧୀ ମିଛ ପ୍ରଚାର କରୁଛନ୍ତି । ପିଏମ କିଷାନ ଯୋଜନା ଅନୁସାରେ କୃଷକଙ୍କ ଖାତାରେ ଜମା ହୋଇଥିବା ଟଙ୍କା ନିର୍ବାଚନ ପରେ ଫେରାସ୍ତ ନିଆଯିବ ବୋଲି ଅପପ୍ରଚାର କରାଯାଉଛି । ଲୋକଙ୍କୁ ଭ୍ରମିତ କିରବା ପାଇଁ ଅପଚେଷ୍ଟା କରାଯାଉଛି । କିନ୍ତୁ ମୁଁ କଥା ଦେଉଛି ଜନତାଙ୍କ ପାଖକୁ ଯାଇଥିବା ଟଙ୍କା କେହି ଛଡ଼ାଇ ଆଣିପାରିବେ ନାହିଁ ।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ବିଧାନସଭା ନିର୍ବାଚନରେ କୃଷକଙ୍କ ଋଣଛାଡ଼ କରିବେ ବୋଲି ଡିଣ୍ଡିମ ପଟୁଥିଲେ । ହେଲେ ଏବେ ୧୫୦ ଦିନ ପରେ ମଧ୍ୟ ଋଣଛାଡ଼ ହୋଇନି ।