ଆଶାରାମଙ୍କ ନୂଆ ପରିଚୟ କଏଦୀ ନମ୍ବର ୧୩୦ ! ବାପ ପରେ ଆଜି ପୁଅର ପାଳି, ଦୁଷ୍କର୍ମ ମାମଲାରେ କୋର୍ଟରେ ହାଜର ହେବେ ନାରାୟଣ ସାଇ

71

କନକ ବ୍ୟୁରୋ : ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି । ସେପଟେ ବାପା ପରେ ଆଜି ହେଉଛି ପୁଅର ପାଳି । ଦୁଷ୍କର୍ମ ମାମଲାରେ ଆଜି ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କୁ ସୁରଥ କୋର୍ଟରେ ହାଜର କରାଯିବ । ସୁରଥର ଦୁଇଣ ଉଭଣୀ ଆଶାରାମ ଓ ନାରାୟଣ ସାଇଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ଗତକାଲି ନାରାୟଣ ସାଇଙ୍କ କୋର୍ଟରେ ହାଜର ହେବାର ଥିଲା । କିନ୍ତୁ ସୁରକ୍ଷା କାରଣରୁ ଏହାକୁ ଗୋଟିଏ ଦିନ ଟାଳିବା ପାଇଁ ପୋଲିସ କୋର୍ଟଙ୍କୁ ଅନୁରୋଧ କରିଥିଲେ । କୋର୍ଟ ଏହାକୁ ଗ୍ରହଣ କରିଥିଲେ । ଆଶାରାମ ଓ ନାରାୟଣ ସାଇଙ୍କ ବିରୋଧରେ ଏହି ମାମଲା ୧୦ ବର୍ଷର ପୁରୁଣା ।

ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ ପୋଲିସ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରଥିଲା । ଛୋଟ ଉଉଣୀ ନାରାୟଣ ସାଇଙ୍କ ବିରୋଧରେ ପ୍ରମାଣ ବି ଦେଇଥିଲେ । ଦୁଇଉଉଣୀକୁ ଦୁଷ୍କର୍ମ ମାମଲାରେ ନାରାୟଣ ସାଇ ଫେରାର ହୋଇ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା । ସୁରଟ ପୋଲିସ ତାଙ୍କୁ ଧରିବା ଲାଗି ୫୮ଟି ଟିମ ଗଠନ କରିଥିଲେ । ଏଫଆଇଏର ରୁଜୁ ହେବାର ଦୁଇମାସ ପରେ ଦିଲ୍ଲୀ-ହରିୟାଣା ସୀମାରେ ନାରାୟଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ସମୟରେ ସେ ବେଶ ବଦଳାଇ ଶିଖ ବ୍ୟକ୍ତିଙ୍କ ବେଶଭୂଷା ପିନ୍ଧିଥିଲେ । ନିଜଙ୍କୁ କୃଷ୍ଣ ବୋଲି କହୁଥିଲେ ନାରାୟଣ ସାଇ । ଗିରଫଦାରୀକୁ ଏଡାଇବା ପାଇଁ ସେ ପୋଲିସକୁ ୧୩ କୋଟି ଟଙ୍କା ଲାଂଚ ଦେଇଥିବା ବି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଣେ ପୋଲିସ ଇନସ୍ପେକ୍ଟର ବି ଗିରଫ ହୋଇଥିଲେ ।

asharam

ସୂଚନାଯୋଗ୍ୟ ନାବାଳିକା ବଳାତ୍କାର ମାମଲାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ରାଜସ୍ଥାନର ଯୋଧପୁର କୋର୍ଟ । ତାଙ୍କୁ କଡା ସଜା ଦେଇ କୋର୍ଟ ଆଜୀବନ କାରାଦଣ୍ଡର ଆଦେଶ ଦେଇଛନ୍ତି । ଏହି ମାମଲାରେ ଆଉ ଦୁଇ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ତେବେ ଦୁଇ ଜଣ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ତେବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଜୋରରେ ହସିଉଠିଥିଲେ ଆଶାରାମ୍ । କିନ୍ତୁ ଆଜୀବନ ସଜା ଶୁଣିବା ପରେ ଆଉ ସମ୍ଭାଳିନପାରି କାନ୍ଦି ପକାଇଥିଲେ ଏହି ବଳାତ୍କାରୀ ବାବା ।