ଶୂନ୍ୟକାଳରେ ଉଠିଲା ନାବାଳିକା ଗର୍ଭବତୀ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

104

କନକ ବ୍ୟୁରୋ : ଗୃହରେ ପୁଣି ଉଠିଲା ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ କିମ୍ବା ସରକାରଙ୍କ ବିବୃତି ଦାବି କରି କଂଗ୍ରେସ ବିଧାୟକ ମାନେ ଗୃହରେ ନାରାବାଜି ଦେବା ସହ ହୋହାଲ୍ଲା କରିଛନ୍ତି । ତୁରନ୍ତ ଏଦିଗରେ ତଦନ୍ତ କରାଯିବ ଗୃହରେ ରିପୋର୍ଟ ପ୍ରଦାନ କରିବା ପାଇଁ ଦାବି ହୋଇଛି । ଏହି ଘଟଣାରେ ତଦନ୍ତ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ନାକ ତଳେ ଏପରି ଘଟଣା ଅତି ସନ୍ତର୍ପଣରେ ଘଟିଛି । ହେଲେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ଏହି ଲଜ୍ଜ୍ାଜନକ ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କରି ଛାତ୍ରୀକୁ ଘରକୁ ପଠାଇ ଦିଆଯାଇଛି । ପୀଡ଼ିତା ଘରକୁ ଗଲେ କିପରି ଭାବେ ସଠିକ ତଦନ୍ତ ହୋଇପାରିବ ବୋଲି ପ୍ରଶ୍ନ କରାଯାଇଛି । ଅନ୍ୟପଟେ ଛାରି ଜଣ ଛାତ୍ରୀ ଗର୍ଭବତୀ ଥିବା କଥା ପ୍ରଥମ ରିପୋର୍ଟରେ ପ୍ରକାଶ ପାଇଥିଲା । ହେଲେ ପରେ ୩ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । ଦିନକ ଭିତରେ ବଦଳିଗଲା ରିପୋର୍ଟ ।

ରାଜ୍ୟ ସରକାରଙ୍କ କୋହଳ ନୀତିକୁ ନେଇ କଂଗ୍ରେସ ବିଧାୟକ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ କେଉଁଠି ହୋଇଥିଲ ତୁରନ୍ତ ପଦକ୍ଷେପ ନିଆଯାଇଥାନ୍ତା, ହେଲେ ରାଜ୍ୟ ସରକାର ଏଦିଗରେ ସଚେତନ ନୁହଁନ୍ତି । ରାଜ୍ୟରେ ନାବାଳିକା ଅସଚାଚରଣ ମାମଲା ବଢ଼ିବାରେ ଲାଗିଛି । ନିରପେକ୍ଷ ତଦନ୍ତ କରି ଗୃହରେ ରିପୋର୍ଟ ରଖିବାକୁ ନରସିଂହ ମିଶ୍ର ଦାବି କରିଛନ୍ତି ।