କନକ ବ୍ୟୁରୋ : ହର୍ପିସ ଭୂତାଣୁ ସଂକ୍ରମଣରେ ନନ୍ଦନକାନନରେ  ୪ ହାତୀଙ୍କ  ମୃତ୍ୟ ହୋଇଛି । ରକ୍ତ ନମୂନା ରିପୋର୍ଟରୁ  ହରପିସ ଭୂୂତାଣୁରେ ହାତୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ହାତୀଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ଆସାମ ଓ  ବରେଲି ପଠାଇଥିଲା ନନ୍ଦନ କାନନ କର୍ତ୍ତୃପକ୍ଷ ।  ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ୨୬ ଦିନରେ ୪ ହାତୀଙ୍କ ଜୀବନ ଯାଇଥିଲା ।
Advertisment
ଅନ୍ୟପଟେ ନନ୍ଦନକାନନରେ ୪ ମାଇ ହାତୀ ହରପିସ ଭୁତାଣୁ ସଂକ୍ରମଣରେ ପ୍ରାଣ ହରାଇଥିବା ବେଳେ ଏବେ ଏହି ଭୂତାଣୁ ନନ୍ଦନକାନ ବାହାରକୁ ବ୍ୟାପିଥିବାର ଆଶଙ୍କା କରାଯାଉଛି । ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ବାଆଁରା ଠାରେ ଏକ ମାଇ ହାତୀ ଗୁରତର ହୋଇଥିବା ଜଣାପଡ଼ିଛି । ହାତୀଟି କୃପାଳୁ ଜି.ଇନଷ୍ଟିଚ୍ୟୁଟ୍ ପାଖରେ ପଡ଼ି ରହିଛି । ପିସିସିଏଫ ହରିଶଙ୍କର ଉପାଧ୍ୟାୟ, ସିଜେଡ୍ ସଦସ୍ୟ ସଂପାଦକ ଏସ୍ ପି ଯାଦବଙ୍କ ସହିତ ଓୟୁଟି ଔଷଧ ବିଭାଗର ପ୍ରଫେସର ନିରଂଜନ ସାହୁ ପହଚିଂ ହାତୀର ଚିକିତ୍ସା ଜାରି ରଖିଛନ୍ତି । ତେବେ ଏହି ହରପିସ ଭୁତାଣୁ ଡ଼ମପଡ଼ାକୁ ବ୍ୟାପିଥିବା ଅନୁମାନ କରାଯାଉଛି । ନନ୍ଦନକାନ ପରେ ଏବେ  ଅଭୟାରଣ୍ୟର ହାତୀ ସମ୍ପଦ ଉପରେ ଏହା ବିପଦ ସୃଷ୍ଟି କରିଛି । ହାତୀ ମୃତ୍ୟୁର ତଦନ୍ତର ଜାରି ରହିଥିବା ବେଳେ ଗତକାଲି କେନ୍ଦ୍ରୀୟ ଚିଡିଆଖାନା କତୃପକ୍ଷ ନନ୍ଦନକାନନରେ ପହଂଚି ଏହାର ଅନୁଧ୍ୟାନ କରିଛନ୍ତି ।