ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ! ଗାଁର କୁମ୍ଭାରଙ୍କ ଠାରୁ କିଣନ୍ତୁ ଦୀପାବଳି ପାଇଁ ଦୀପ

102

କନକ ବ୍ୟୁରୋ : ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି । ଅସତ୍ୟ ଉପରେ ସତ୍ୟର, ଅନ୍ଧାର ଉପରେ ଆଲୋକର ବିଜୟ ସୂଚକ ଦୀପାବଳି ଲାଗି ଗାଁରୁ ସହର ସବୁଠି ଚାଲିଛି ପ୍ରସ୍ତୁତି ପର୍ବ । ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ପାଳନ ପାଇଁ ଖୁବ ଉତ୍ସାହର ସହ ଲୋକମାନେ ଅପେକ୍ଷା କରି ରହିଥାଆନ୍ତି । ଦୀପାବଳୀ ପାଇଁ ସାରା ଦେଶରେ ଘରେ ଘରେ ଚାଲିଛି ପ୍ରସ୍ତୁତି । ତେବେ ପ୍ରତିବର୍ଷ ଦୀପାବଳିରେ ବାଣ ଫୁଟାଇବା ବେଳେ ବିଭିନ୍ନ ଦୁର୍ଘଟଣାମାନ ଘଟି କିଛି ଲୋକଙ୍କ ମୃତ୍ୟ ହୋଇଥିବା ଖବର ମିଳିଥାଏ । ଚଳିତବର୍ଷ ମଧ୍ୟ ଦେଶରେ ଦୀପାବଳୀର ଖୁବ୍ ଧୁମଧାମରେ ପାଳନ କରାଯିବା ନେଇ ଆୟୋଜନ ଆରମ୍ଭ ହୋଇସାରିଲାଣି ।

http://aajtak.intoday.in/ଏପରିସ୍ଥଳେ ଦେଶରେ ସୁରକ୍ଷିତ ଦୀପାବଳି ପାଳନ ପାଇଁ ଦେଶ ତଥା ରାଜ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସାରା ଦେଶରେ ସୁରକ୍ଷିତ ଦୀପାବଳି ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶବାସୀଙ୍କୁ ଆଜି ଅନୁରୋଧ କରିଛନ୍ତି । ଆଜି ଜନସଂଘରର ବଡ଼ ନେତା ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି ୧୦ ଜଣ ଗ୍ରାମୀଣ ଲୋକଙ୍କୁ ସାକ୍ଷାତ କରିଛନ୍ତି । ମୋଦି ଦିଲ୍ଲୀର ପୁସା ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ସେଂଟରରେ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଦାରିଦ୍ର୍ୟତା ବିରୋଧରେ ଲଢ଼େଇ ଲଢ଼ିବା କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇ କହିଛନ୍ତି ଗାଁରେ ସ୍ୱତନ୍ତ୍ର ବଜାର ହେବା ଜରୁରୀ । ଏହାସହ   ଦୀପାବଳି ଉପଲକ୍ଷେ ଗାଁର କୁମ୍ଭାର ଠାରୁ ହିଁ ଦ୍ୱୀପ କିଣିବା ପାଇଁ ଅନୁରୋଧ କରିଛନ୍ତି ।  ବର୍ତ୍ତମାନ ସମୟରେ ମଧ୍ୟ ଦେଶରେ ଏମିତି ୧୮୦୦୦ ଗାଁ ଥିଲା ଯେଉଁ ଗାଁ ଗୁଡ଼ିକୁ ବିଜୁଳି ସଯୋଗ ନଥିଲା । ସରକାର ୧୦୦୦ ଦିନରେ ଏହି ଗାଁ ଗୁଡ଼ିକୁ ବିଜୁଳି ଯୋଗାଇବା ପାଇଁ ସଂକଳ୍ପ କରିଥିଲେ । ଏବେ ପର୍ଯ୍ୟନ୍ତ ୧୫,୦୦୦ ଗାଁରେ ବିଜୁଳି ଯୋଗଇ ଦିଆଯାଇଛି । କେନ୍ଦ୍ର ସରକାର ମାଗଣାରେ ମଧ୍ୟ ବିଜୁଳି ଯୋଗାଉଛଛି ବୋଲି କହିଛନ୍ତି ମୋଦି ।

ମୋଦି କହିଛନ୍ତି ୨୦୨୨ ପର୍ଯ୍ୟନ୍ତ କୃଷକଙ୍କ ଆୟ ଦୁଇ ଗୁଣ ଯେପରି ହେବ ସେ ନେଇ ଲକ୍ଷ ରଖିଛନ୍ତି ସରକାର । ଏହାବ୍ୟତୀତ ଖୋଲାରେ ଶୌଚ କରିବା ବିରୋଧରେ ପ୍ରଚାର ଆରମ୍ଭ କରିଛନ୍ତି ସରକାର । ଏବେ ଗାଁରେ ଶୌଚାଳୟର ନାମ ଇଜ୍ଜତଘର ରଖାଯାଇଛି । ମୋଦି କହିଛନ୍ତି ଗଣତନ୍ତ୍ରର ଅର୍ଥ କେବଳ ଭୋଟର ଅଧିକାର ନୁହେଁ । ଜନତାଙ୍କ ଭାଗିଦାରୀ ମଧ୍ୟ ଦେଶ ପାଇଁ ବହୁତ ଜରୁରୀ । ମୋଦି ସରକାର ଗ୍ରାମ୍ୟ ଅଂଚଳରେ ଲାଗୁ ହୋଇଥିବା ଯୋଜନା ଗୁଡ଼ିକ ବିଷୟରେ ସମସ୍ତେ କିପରି ଜାଣିବେ ସେ ନେଇ ଦିସା ଆପ୍ ଲଂଚ କରିଛନ୍ତି । ଦିସା ଆପ୍ ମାଧ୍ୟମରେ ଜନପ୍ରତିନିଧି ଲୋକଙ୍କ ସହ ଯୋଡ଼ି ହେବେ । ମୋଦି କହିଛନ୍ତି ଗାଁକୁ ସହରର ପରି ହେବାକୁ ପଡ଼ିବ । ଦେଶରେ ଜାତିବାଦ ଶେଷ କରିବା ପାଇଁ ପଡ଼ିବ । ଏଥିପାଇଁ ସମସ୍ତେ ଆତ୍ମନିର୍ଭର ହେବା ଜରୁରୀ ।

ଦେଶ ନାନାଜୀ ଦେଶମୁଖଙ୍କ ଜାଣି ନଥିଲା । ଏହାସତ୍ୱେ ସେ ନିଜର ପରିଚୟ ତିଆରି କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଜି ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଉପଲକ୍ଷେ ଗ୍ରାମ ସମ୍ବାଦ ଆପ୍ ମଧ୍ୟ ଲଂଚ କରିଛନ୍ତି । ଏହି ଆପ ଗ୍ରାମ୍ୟ ଅଂଚଳରେ ଲୋକଙ୍କ ପାଇଁ ଯେଉଁ ଯୋଜନା ସବୁ ପ୍ରଣୟନ ହୋଇଛି ସେଗୁଡ଼ିକ କିପରି କାମ କରୁଛି ତାହା ଜଣାପଡ଼ିବ । ସରକାରୀ ଯୋଜନା ଗୁଡ଼ିକ ଜିଲ୍ଲା ସ୍ତରରେ ଠିକରେ ଲାଗୁ କରାଯିବା ପାଇଁ ପୋର୍ଟାଲ ମଧ୍ୟ ଲଂଚ ହୋଇଛି । ମୋଦି ଆଜି ନାନାଜୀ ଦେଶମୁଖଙ୍କ ନାଁରେ ଏକ ଡାକ ଟିକଟ ମଧ୍ୟ ଜାରି କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ନାନାଜୀ ଦେଶମୁଖଙ୍କ ସମ୍ପର୍କରେ କିଛି କଥା –
ନାନାଜୀ ଦେଶମୁଖଙ୍କ ଜନ୍ମ ୧୧ ଅକ୍ଟୋବର ୧୯୧୬ରେ ହୋଇଥିଲା । ସେ ଥିଲେ ଜନସଂଘରର ନେତା । ଗ୍ରାମୀଣ ଅର୍ଥବ୍ୟସ୍ଥାକୁ ସୁଧାରିବା ପାଇଁ ଓ ସାମାଜିମ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଥିଲା । ସବୁଠାରୁ ଗୁୁୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଦିନ ଜୟପ୍ରକାଶ ନାରାୟଣ ମଧ୍ୟ ଜନ୍ମ ହୋଇଥିଲେ, ଯିଏ ତାଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ ।

ନାନାଜୀ ଦେଶମୁଖ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମା ସ୍ଥିତ ଚିତ୍ରକୂଟକୁ ନିଜର କର୍ମଭୂମି କରିଥିଲେ । ଏହି ଦୁଇ ରାଜ୍ୟରେ ପାଖାପାଖିି ୫୦୦ ଗ୍ରାମରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ଏପରିକି ଉଦାହରଣ ମୂଳକ କାର୍ଯ୍ୟ କରିଥିଲେ । ନାନାଜୀ ଚିତ୍ରକୂଟ ଗ୍ରାମଦ୍ୟୋୟ ବିଶ୍ୱିବଦ୍ୟାଳୟର ସ୍ଥାପନା କରିଥିଲେ, ଯାହା ଦେଶର ପ୍ରଥମ ଗ୍ରାମୀଣ ବିଶ୍ୱବିଦ୍ୟାଳୟ । ନାନାଜୀ ଏତେ ଆଧୁନିକ ଥିଲେ ଯେ କହିଥିଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ମେଡ଼ିକାଲ ରିସର୍ଚ୍ଚ ପାଇଁ ଦାନ କିରବା ପାଇଁ କହିଥିଲେ । ତାଙ୍କ ଇଚ୍ଛା ଅନୁସାରେ ୨୭, ଫେବୃୟାରୀ ୨୦୧୦ରେ ଚିତ୍ରକୁଟରେ ତାଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରରକୁ ମେଡ଼ିକାଲ ରିସର୍ଚ୍ଚ ପାଇଁ ଦିଲ୍ଲୀ ଏମ୍ସକୁ ଦିଆଯାଇଥିଲା ।