କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବାତ୍ୟା ଫୋନି ତାଣ୍ଡବ ରଚାଇବା ପରେ ଆସନ୍ତାକାଲି ଠାରୁ ପୁଣି ଖୋଲିବ ନନ୍ଦନକାନନ । ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ମେ ୨୧ରେ ପ୍ରାଣୀଉଦ୍ୟାନ ଖୋଲିବ ବୋଲି କୁହାଯାଉଥିଲା । ହେଲେ ପୁନରୁଦ୍ଧାର କାମ ଶେଷ ହୋଇନଥିବାରୁ ଖୋଲିପାରିନଥିଲା ନନ୍ଦନକାନନ । ବୈଷୟିକ କମିଟି ପ୍ରାଣୀ ଉଦ୍ୟାନ ପରିଦର୍ଶନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ ଫୋନିର ପ୍ରକୋପରେ ହଜାର ହଜାର ଗଛ ଭାଙ୍ଗି ଯିବାରୁ ନନ୍ଦନକାନନର ସବୁଜିମା ନଷ୍ଟ ହୋଇଯାଇଛି। ନନ୍ଦନକାନନ ପରିସରରେ ଥିବା ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ୍ ତାର ବି ଛିଣ୍ଡି ତଳେ ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଜୀବଜନ୍ତୁ ବର୍ତ୍ତି ଯାଇଥିଲେ । ତେବେ ନନ୍ଦନକାନନର ପୁନରୁଦ୍ଧାର ପାଇଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ କର୍ତୃପକ୍ଷ । ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଉଦ୍ଧିଷ୍ଟ ଥିବା ୨୧୩ଟି ଏନକ୍ଲୋଜର ବିଶେଷ ଭାବରେ କ୍ଷତିଗସ୍ତ ହୋଇଥିବା ବେଳେ ସେସବୁକୁ ପୁଣି ଥରେ ସଜଡ଼ା ହେବାରେ ବିଳମ୍ବ ହୋଇଥିଲା । ପରିଶେଷରେ ଅନେକ ଦିନର ପରିଶ୍ରମ ପରେ ପୁଣି ଖୋଲିବ ନନ୍ଦନକାନନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/ZOO.jpg)