ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଲେ, ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଆତଙ୍କବାଦ ଓ ଜାଲ ଖବର ଜରିଆରେ ସାଂପ୍ରଦାୟିକ ବିଭାଜନ କାମରେ ମାତିଛନ୍ତି କିଛି ଲୋକ

1,080

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ଭାଇରସ ସହ ଲଢେଇ କରୁଛି । ହେଲେ କିଛି ବ୍ୟକ୍ତି ଅନ୍ୟ ଭୂତାଣକୁ ସଂକ୍ରମିତ କରୁଛନ୍ତି । ପ୍ରଥମ ଥର ପାଇଁ ନାମ କନଫରେନ୍ସ ବା ନନ୍ ଏଲାଇନ ମୁଭମେଂଟ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଣସି ଦେଶରେ ନାମ ନନେଇ ମୋଦି କହିଛନ୍ତି- ଆତଙ୍କବାଦ, ଫେକ ନ୍ୟୁଜ ଭଳି ଘାତକ ଭାଇରସ ଜରିଆରେ ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ବିଭାଜନ କରିବାରେ ବ୍ୟସ୍ତ ଅଛନ୍ତି । କରୋନା ସଂକଟ ସମୟରେ ଆମେ କରି ଦେଖାଇଛୁ, ଏକ ବାସ୍ତବିକ ଜନଆନ୍ଦୋଳନ ପାଇଁ ଲୋକତନ୍ତ୍ର, ଅନୁଶାସନ ଓ ନିର୍ଣ୍ଣୟକତା କିପରି ଏକସଙ୍ଗରେ ଆସିପାରେ ।

ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଏକ ପରିବାର ଭାବେ ଦେଖିଥାଏ । ଦେଶର ନାଗରିକଙ୍କ ଦେଖାଶୁଣା କରିବା ସହ ପଡୋଶୀଙ୍କୁ ମଧ୍ୟ ସହଯୋଗ କରୁଥିବା କହିଛନ୍ତି ମୋଦି । କୋଭିଡ-୧୯ ମୁକାବିଲା ପାଇଁ ପାଖ ପଡୋଶୀଙ୍କ ସହ ସମନ୍ୱୟକୁ ଗୁରୁତ୍ୱ ଦିଆଯାଇଛି । ଏପରିକି ନିଜର ଆବଶ୍ୟକତା ସତ୍ୱେ ୧୨୩ ଦେଶକୁ ଔଷଧ ଯୋଗାଇ ଦେଇଥିବା କହିଛନି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଶିଖର ସମ୍ମିଳନୀକୁ ସମ୍ବୋଧନ କରିଥିଲେ ନରେନ୍ଦ୍ର ମୋଦି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସାମିଲ ହୋଇଥିଲେ ।