୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ : ୨୦୨୦ ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଲୌକିକ ବେଶ,୫ ଟି ରଥଯାତ୍ରା ଭଳି ହୋଇପାରେ ଜନ ସମାଗମ

259

କନକ ବ୍ୟୁରୋ : ଯୋଦ୍ଧା ସାଜିବେ ବଡ ଠାକୁର । ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ୨୫ ବର୍ଷ ପରେ ଜଗନ୍ନାଥଙ୍କ ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ୨୦୨୦ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ କରିବାକୁ ସ୍ଥିର ହୋଇଛି । କୁହାଯାଉଛି, ୫ଟି ରଥଯାତ୍ରାରେ ଯେତେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ, ନାଗାର୍ଜୁନ ବେଶରେ ସେତିକି ଶ୍ରଦ୍ଧାଳୁଙ୍କ ସମାବେଶ ହେବ ।

ଅଲୌକିକ ବେଶ, ପବିତ୍ର ମୂହୁର୍ତ୍ତରେ ଯୋଦ୍ଧା ରୂପରେ ସଜାଇ ହେବେ ବଡ ଠାକୁର । ବିରଳ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ତିଥି, ନକ୍ଷତ୍ର ଅଧାରରେ ସ୍ଥିର ହୋଇଛି ବାର । ମହାପ୍ରଭୁ ଜଗନ୍ନାଥଙ୍କୁ ଯେଉଁ ବେଶରେ ଦର୍ଶନ କରିବା ପାଇଁ ବର୍ଷ ବର୍ଷ ଧରି ଭକ୍ତମାନେ ଚାହିଁ ରହିଛନ୍ତି, ସେହି ନାଗାର୍ଜୁନ ବେଶ ଆସନ୍ତା ୨୦୨୦ ନଭେମ୍ବର ମାସ ୨୭ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ । ଏହି ବର୍ଷ କାର୍ତ୍ତିକ ମାସରେ ପଂଚକ ୬ଦିନ ପଡୁଥିବାରୁ ଅତିରିକ୍ତ ଦିନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ସଜାଇ ଦିଆଯିବ ।

ନାଗାର୍ଜୁନ ବେଶକୁ ପର୍ଶୁରାମ ବେଶ ବୋଲି କୁହାଯାଉଥିବା ବେଳେ ଏହି ମହାପ୍ରଭୁଙ୍କ ବିରଳ ପାର୍ବତ୍ୟ ନାଗା ବେଶରେ ଦର୍ଶନ ଦିଅନ୍ତି । ଦୀର୍ଘ ୨୫ବର୍ଷ ପରେ ଏହି ବେଶ ପଡୁଥିବାରୁ ଏଥର ୫୦ ଲକ୍ଷ ଲୋକଙ୍କ ସମାବେଶ ହେବାର ଆକଳନ କରାଯାଉଛି । କୁହାଯାଉଛି-୫ଟି ରଥଯାତ୍ରାରେ ଯେତେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ, ନାଗାର୍ଜୁନ ବେଶରେ ସେତିକି ଶ୍ରଦ୍ଧାଳୁଙ୍କ ସମାବେଶ ହେବ ।

ନାଗାର୍ଜୁନ ବେଶ ଏକ ବିରଳ ପବିତ୍ର ବେଳାରେ ପଡୁଥିବା ବେଳେ ମହାପ୍ରଭୁଙ୍କୁ ବୀର ବେଶରେ ସଜ୍ଜିତ କରାଯାଏ ।

-ମହାପ୍ରଭୁଙ୍କ ଅଂଟାରେ ଏକ ନାଗା ତାଟି ଭିଡା ଯାଏ

-ଧନୁଶରପୂର୍ଣ୍ଣ ତୁଣୀ, କଟାରୀ, ଛୁରି, ବାଘ ନଖ, ଏରାପକ୍ଷୀର ପରରେ ସଜ୍ଜିତ କରାଯାଏ

-ବାଘ ଛାଲ, ସିଙ୍ଗଡ଼ା ଏବଂ କଲଫି ଲାଗି ହୋଇଥାଏ

-ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ହୋଇଥାଏ

-ଘାଗଡ଼ା ମାଳି, ପଦ୍ମମାଳି, ହରିଡ଼ା ମାଳି ବାଘ ନଖ ମାଳିରେ ମହାପ୍ରଭୁଙ୍କୁ ସଜ କରାଯାଏ

-ସୁଭଦ୍ରାଙ୍କ ମସ୍ତକରେ ସୁନା ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ

puri
Source:google.com

ପୂର୍ବରୁ ୧୯୬୬, ୧୯୬୮, ୧୯୮୩ରେ ନାଗାର୍ଜୁନ ବେଶ ହୋଇଥିବା ବେଳେ ଶେଷଥର ପାଇଁ ୧୯୯୩ ଏବଂ ୧୯୯୪ ମସିହାରେ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ । ଶେଷ ଥର ପାଇଁ ୧୯୯୪ ମସିହାରେ ଯେତେବେଳେ ବଡ ଠାକୁରଙ୍କ ଏହି ନାଗାର୍ଜୁନ ବେଶ ହୋଇଥିଲା, ସେତେବେଳେ ଏତେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଯେ, ଶ୍ରୀମନ୍ଦିରରେ ଦଳାଚକଟା ଭଳି ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।