କନକ ବ୍ୟୁରୋ : ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । କେତେବେଳେ ମଣିଷଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ମଣିଷଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏପରି ଘଟଣା ଘଟିଛି ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଗାଁ ବାସୁଦୋଗୁଡାର । ଗାଁ ଭିତରକୁ ପଶି ଆସିଥିବା ଏକ ଭାଲୁକୁ ଗୋଡାଇ ଗୋଡାଇ ପିଟୁଥିଲେ ଗ୍ରାମବାସୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଢେଲା ପଥର ବି ଫିଙ୍ଗୁଥିଲେ । ଜୀବନ ବିକଳରେ ଦୌଡୁଥିବା ଭାଲୁକୁ ମାରିଦେବାକୁ ଚାହୁଁଥିଲେ ଗାଁ ଲୋକେ । ଶେଷରେ ଦଉଡି ଦଉଡି ହାଲିଆ ହୋଇପଡିଥିବା ଭାଲୁଟିକୁ ଘେରିଯାଇ ପିଟି ଚାଲିଥିଲେ । ତେବେ ଗଣମାଧ୍ୟମରେ କ୍ୟାମେରାରେ ଏହି ଦୃଶ୍ୟଟି କଏଦ୍ ହେବା ପରେ ଭାଲୁଟିକୁ ପିଟିବା ବନ୍ଦ କରିଥିଲେ ଗ୍ରାମବାସୀ । ଆଉ ଏହାର ସୁଯୋଗ ନେଇ ଭାଲୁଟି ପ୍ରାଣ ବିକଳରେ ଜଙ୍ଗଲ ଭିତରକୁ ପଳାଇଥିଲା ।
ତେବେ ଭାଲୁକୁ ଆକ୍ରମଣ ସଂପର୍କରେ ଗାଁ ଲୋକଙ୍କ କହିବା କଥା ହେଲା ବାରମ୍ବାର ଫସଲ ନଷ୍ଟ କରିବା ସହ ଅନେକ ସମୟରେ ଲୋକଙ୍କୁ ବି ଆକ୍ରମଣ କରୁଛନ୍ତି । ତେଣୁ ଭାଲୁକୁ ମାରିବା ଛଡା କିଛି ଉପାୟ ନାହିଁ । ସେପଟେ ଆକ୍ରମଣରେ ଭାଲୁଟି ଆହତ ହୋଇଥିବା ସ୍ୱୀକାର କରିଛନ୍ତି ଝରିଗାଁ ରେଂଜର ।