ଜଳ ଓ ଜାଳେଣୀ ନେଇ ଆଜି ଜମିବ ରାଜନୀତି ! କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର

Advertisment
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି। ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପ ତ୍ୱରାନିତ କରିବା ପାଇଁ ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଆଜି ବଡ ରାଜନୀତି ଦେଖିବ ଟ୍ୱିନସିଟି । ଘରେ ଘରେ ଗ୍ୟାସ୍ ପହଂଚାଇବାକୁ ଭୁବନେଶ୍ୱରରେ ଆଜି ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକରାଙ୍କ ନୂଆ ଯୋଜନା । ଆଉ ସେପଟେ କଟକରେ ରାଜ୍ୟ ସରକାରଙ୍କର ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ସହରାଂଚଳ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ନାଲକୋ ନଗରରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବେ । ଗାଁ ଭୋଟ ପରେ ଏବେ ସହରୀ ଭୋଟ୍ ଉପରେ ନଜର । ରାଜଧାନୀରେ ଧର୍ମେନ୍ଦ୍ର ଆଉ କଟକରେ ନବୀନ ଆରମ୍ଭ କରିବାକୁ ଥିବା ଏହି ଯୋଜନା କେତେଦୁର ଲୋକାଭିମୁଖୀ ହେଉଛି ଓ କାହାର ଭୋଟବ୍ୟାଙ୍କକୁ ବଜାୟ ରହିପାରୁଛି, ତା ଉପରେ ନଜର ।

ମୁଖ୍ୟମନ୍ତ୍ରୀ କଟକରେ ୧୦୧ଟି ସହରାଂଚଳ ପାଇଁ ୭୮୩ କୋଟି ଟଙ୍କା ମୂଲ୍ୟର ୫୫୫ଟି ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ୭୪ଟି ସହରାଂଚଳରେ ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଓ ୬ଟି ଜଳ ପରିକ୍ଷାଗାରର ଲୋକାର୍ପଣ କରିବେ । ଅନ୍ୟପଟେ ରାଜଧାନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାସ ସଂଯୋଗ ପ୍ରକଳ୍ପ ଆରମ୍ଭ କରିବେ । ରାଜ୍ୟରେ ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ଯୋଜନା ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe