କନକ ବ୍ୟୁରୋ : ଆଜି ବଡ ରାଜନୀତି ଦେଖିବ ଟ୍ୱିନସିଟି । ଘରେ ଘରେ ଗ୍ୟାସ୍ ପହଂଚାଇବାକୁ ଭୁବନେଶ୍ୱରରେ ଆଜି ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକରାଙ୍କ ନୂଆ ଯୋଜନା । ଆଉ ସେପଟେ କଟକରେ ରାଜ୍ୟ ସରକାରଙ୍କର ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ସହରାଂଚଳ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ନାଲକୋ ନଗରରେ ପାଇପ୍ ଯୋଗେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବେ । ଗାଁ ଭୋଟ ପରେ ଏବେ ସହରୀ ଭୋଟ୍ ଉପରେ ନଜର । ରାଜଧାନୀରେ ଧର୍ମେନ୍ଦ୍ର ଆଉ କଟକରେ ନବୀନ ଆରମ୍ଭ କରିବାକୁ ଥିବା ଏହି ଯୋଜନା କେତେଦୁର ଲୋକାଭିମୁଖୀ ହେଉଛି ଓ କାହାର ଭୋଟବ୍ୟାଙ୍କକୁ ବଜାୟ ରହିପାରୁଛି, ତା ଉପରେ ନଜର ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ କଟକରେ ୧୦୧ଟି ସହରାଂଚଳ ପାଇଁ ୭୮୩ କୋଟି ଟଙ୍କା ମୂଲ୍ୟର ୫୫୫ଟି ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ୭୪ଟି ସହରାଂଚଳରେ ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଓ ୬ଟି ଜଳ ପରିକ୍ଷାଗାରର ଲୋକାର୍ପଣ କରିବେ । ଅନ୍ୟପଟେ ରାଜଧାନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାସ ସଂଯୋଗ ପ୍ରକଳ୍ପ ଆରମ୍ଭ କରିବେ । ରାଜ୍ୟରେ ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ଯୋଜନା ଅଛି ।