ବିମୁଦ୍ରାକରଣ ବିରୋଧରେ ନଭେମ୍ବର ୮କୁ କଳାଦିବସ ପାଳନ କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା !

Advertisment
ମନ୍ତ୍ରୀ ଦେବେ ନିଜ ବିଭାଗର ରିପୋର୍ଟ କାର୍ଡ ! ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବିମୁଦ୍ରାକରଣ ବିରୋଧରେ ନଭେମ୍ବର ୮କୁ କଳାଦିବସ ପାଳନ କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ନଭେମ୍ବର ୮କୁ କଳାଦିବସ ପାଳନ କରିବା ନେଇ କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି । ବିମୁଦ୍ରାକରଣ ବିରୋଧରେ ନଭେମ୍ବର ୮ତାରିଖକୁ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ କଳାଦିବସ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି ।

ଏନେଇ ସୋମବାର ଦିନ ଏକ ବୈଠକରେ ୬ଟି ବିରୋଧୀ ଦଳର ନେତା ଏକାଠି ହୋଇ ଆଲୋଚନା କରିବା ପରେ କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ୍ ସୂଚନା ଦେଇଥିଲେ । ଗତବର୍ଷ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ଘୋଷଣା କରିଥିଲେ । ଏହାକୁ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ବିରୋଧ କରିଥିଲେ । କିନ୍ତୁ ବିଜେଡି ବିମୁଦ୍ରାକରଣକୁ ସମର୍ଥନ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe