ନବରଙ୍ଗପୁର: ନବରଙ୍ଗପୁରରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ । ଗାଁକୁ ମଦମୁକ୍ତ କରିବାକୁ ଶହ ଶହ ମହିଳାଙ୍କ ନେତୃତ୍ୱରେ ବାହାରିଲା ଠେଙ୍ଗାବାହିନୀ । ଏ ଦୃଶ୍ୟ ହେଉଛି ଅମଳାଭଟ୍ଟା ଗାଁର । ହାତରେ ଠେଙ୍ଗା ନେଇ, ମଦ ବିରୋଧୀ ଅଭିଯାନରେ ବାହାରିଛନ୍ତି ଶହ ଶହ ମହିଳା । ପ୍ରଥମେ ଏନେଇ ଏକ ମିଟିଂ କରାଯାଉଛି । ଏହାପରେ ହାତରେ ଠେଙ୍ଗା ନେଇ ଗାଁରେ ପଇଁତରା ମାରୁଛି ଠେଙ୍ଗାବାହିନୀ । କେବଳ ସେତିକି ନୁହେଁ ଗାଁରେ ଥିବା ମଦଭାଟିକୁ ଭାଙ୍ଗି ଛିନଛତର କରିଦେଇଛନ୍ତି ମହିଳାମାନେ । ଏହାପରେ ମଦୁଆକୁ ଧରି ନିସ୍ତୁକ ଛେଚିଥିଲେ ଠେଙ୍ଗାବାହିନୀ । ଦେଖନ୍ତୁ କିଭଳି ମଦ୍ୟପକୁ ପେଟେଂଟ୍ ମେଡିସିନ୍ ଦେଉଛନ୍ତି ଏହି ଠେଙ୍ଗାବାହିନୀ । ଗାଁ ଦାଣ୍ଡରେ ମଦୁଆକୁ ମାଡ ମାରି ସାବାଡ୍ କରୁଛନ୍ତି ମହିଳା । ଗାଁକୁ ମଦମୁକ୍ତ କରିବାକୁ ଏ ହେଉଛି ମହିଳାଙ୍କ ପ୍ରୟାସ ।
ନବରଙ୍ଗପୁରରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ : ଗାଁକୁ ମଦମୁକ୍ତ କରିବାକୁ ବାହାରିଲା ଠେଙ୍ଗାବାହିନୀ
/kanak/media/post_attachments/wp-content/uploads/2016/05/Screen-shot-2016-05-20-at-3.04.11-PM.png)