ମଦ ବିରୋଧରେ ବାହାରିଲା ମହିଳାଙ୍କ ଠେଙ୍ଗା ବାହିନୀ

35

କଟକ ବ୍ୟୁରୋ, କନକ ନ୍ୟୁଜ୍: ମଦ ବିରୋଧରେ ବାହାରିଲା ମହିଳାଙ୍କ ଠେଙ୍ଗା ବାହିନୀ । କଟକ ସଦର ଥାନା ଗୁଆଳି ଗାଁର ମହିଳାମାନେ ଅଭିନବ ଢଙ୍ଗରେ ଆରମ୍ଭ କରିଛି ମଦ ବିରୋଧୀ ଅଭିଯାନ । ଗାଁର ମଦ ବ୍ୟବସାୟୀ ଓ ମଦ୍ୟପଙ୍କୁ ସାବାଡ କରିବା ପାଇଁ ହାତରେ ଧରିଛନ୍ତି ଠେଙ୍ଗା ଓ ଦଉଡି । ଗାଁ ଦାଣ୍ଡରେ ନିତିଦିନ ମହିଳା ହାତରେ ଠେଙ୍ଗା ନେଇ ପଇଁତରା ମାରୁଛନ୍ତି । ଦୀର୍ଘଦିନ ହେବ ଗୁଆଳି ଗାଁର କିଛି ଲୋକ ଚୋରା ମଦ ବ୍ୟବସାୟ କରିଆସୁଛନ୍ତି । ଯାହାକୁ ନେଇ ଗାଁରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ମଦ ପିଇ ଉତ୍ପାତ କରୁଛନ୍ତି । ଯାହାର ପ୍ରତିବାଦରେ ଆଜି ତାତି ଉଠିଛନ୍ତି ମହିଳା । ଗତକାଲି ଏନେଇ ଗଛରେ ଜଣେ ମଦ ବେପାରୀକୁ ବାନ୍ଧି ପକାଇଥିଲେ ଉତ୍ୟକ୍ତ ମହିଳା । ଏହାସହ ପାଖରେ ଠେଙ୍ଗା ଧରି ଜଗିରହିଥିଲେ ମହିଳା । ବାରମ୍ବାର ପୁଲିସ ନିକଟରେ ଫେରାଦ ହେବାପରେ ମଧ୍ୟ ଫଳ ଶୂନ । ଶେଷରେ ମହିଳାମାନେ ଏକାଠି ହୋଇ ମଦ ବିରୋଧରେ ବାହାରକରିଛନ୍ତି ଠେଙ୍ଗାବାହିନୀ ।