୫ ଲକ୍ଷ ଟଙ୍କା, ଫରେନ୍ ଟୁର୍ ଶୁଣି ଚମକିଲା ଆଖି : ନବରଙ୍ଗପୁରରେ ନିର୍ବାହୀ ଯନ୍ତ୍ରୀ ପ୍ରଥମେ କରିବେ କାମ ପରେ ନେବେ ପଇସା, ପିକ୍ ଆୱାରରେ ପାୱାର ସଟଡାଉନ୍ କରିବାକୁ ରାଜି

1,239

କନକ ବ୍ୟୁରୋ : ୫ ଲକ୍ଷ ଟଙ୍କା । ଫରେନ ଟୁର । ଏସବୁ ଶବ୍ଦ ଶୁଣିବା ପରେ ବଦଳିଗଲା ନିର୍ବାହୀ ଯନ୍ତ୍ରୀଙ୍କ ଚରିତ୍ର । ଲୋଭ ମଣିଷକୁ ଅନ୍ଧ କରିଦିଏ । ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀ, ସେମାନଙ୍କୁ ହଇରାଣ କରିବାକୁ ପଛାଏ ନାହିଁ । ସଂସ୍ଥା, ସରକାର ଏସବୁକୁ ପଛକୁ କରି କିଭଳି ନିଜ ସ୍ୱାର୍ଥ ପାଇଁ କେବଳ କାମ କରେ ତାର ନଜିର ଆପଣଙ୍କୁ ଦେଖାଇବୁ । ଇନଭଟର କମ୍ପାନିର କର୍ମଚାରୀଙ୍କ ସହ ଡିଲ ଚୂଡାନ୍ତ ହେବା ପରେ ଏବେ ସମୟ, ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାର । ପିକ ଆୱାରରେ ସଂଧ୍ୟା ୬ଟାରୁ ରାତି ୧୧ଟା ଭିତରେ ପାୱାର କଟ୍ ପାଇଁ ପ୍ରସ୍ତୁତ କରାଇ ସାରିଥିଲେ ଲିକିଂ ଗୁରୁ ଡଟ କମର ସାମ୍ବାଦିକ । ଆଉ ନବରଙ୍ଗପୁର ଟାଉନରେ ପାୱାର କଟ ହେବ ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ବିଦ୍ୟୁତ ବିଭାଗ ନିର୍ବହୀ ଯନ୍ତ୍ରୀ ଭଗବାନ ସାହୁ ।
ଫୋନୋ-
ଭଗବାନ ସାହୁ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ- ହେଲୋ
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଭଗବାନ ସାର ନମସ୍କାର
ଭଗବାନ ସାହୁ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ- ନମସ୍କାର, କୁହନ୍ତୁ
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଆପଣଙ୍କ ୭ଟା ୧୫ ହିଁ ଟାଇମ ରହିବ ନା?
ଭଗବାନ ସାହୁ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ- ହଁ ହଁ
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ୭ଟା ୧୫ ହିଁ ରହିବ ନା ଆମ ଟାଇମ?
ଭଗବାନ ସାହୁ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ- ହଁ ହଁ
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଏଥିରୁ କିଛି ବିଚ୍ୟୁତି ହେବନି ତ?
ଭଗବାନ ସାହୁ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ- ନାଇଁ ନାଇଁ ୭ଟାରୁ ୭ଟା ୧୫ ହେବ
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ମତେ ଟିକେ ଏରିଆ କନଫର୍ମ କରେଇ ପାରିବେ କି? କୁଆଡେ ଏକଜାକ୍ଟଲି ଆମେ ଯାଇ ପାରିବୁ?
ଭଗବାନ ସାହୁ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ- ଟାଉନରେ ହେବ । ନବରଙ୍ଗପୁର ଟାଉନରେ ହେବ
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଆଜ୍ଞା ଆଜ୍ଞା ଠିକ ଅଛି, ନବରଙ୍ଗପୁର ଟାଉନରେ, ଥ୍ୟାଙ୍କ ୟୁ

ନିର୍ଦ୍ଧାରିତ ସମୟରେ ପୁରା ସହରରେ କଟିଗଲା ବିଜୁଳି । ଲୋକେ କିଛି ବୁଝିପାରୁ ନଥିଲେ । କାରଣ ମରମତି, ପାୱାର ଟ୍ରିପ କିମ୍ବା ଅନ୍ୟକିଛି ଆଳ ଦେଖାଇ ଏମିତି ମନଇଚ୍ଛା ବିଜୁଳି କାଟିଦିଆଯାଏ । ହେଲେ ଏଥର ପାୱାର କଟର କାରଣ ଥିଲା ଭିନ୍ନ । ଯାହା ନବରଙ୍ଗପୁରବାସୀଙ୍କୁ ଜଣାନଥିଲା । ବୋଧହୁଏ ଏହି ରିପୋର୍ଟ ନଦେଖିବା ଯାଏଁ ଜଣାବି ନଥିବ । ଯେ କିଭଳି ଗୋଟିଏ ଇନଭଟର କମ୍ପାନିକୁ ଲାଭ ଦେବା ପାଇଁ ଉପୁରି ରୋଜଗାର ଆଶାରେ ଗୋଟିଏ ସହରକୁ ଅଧଘଂଟାରୁ ଅଧିକ ଅନ୍ଧାରରେ ରଖିଦେଇଛନ୍ତି ଜଣେ ଇଲେକ୍ଟ୍ରିକାଲ ଏକଜିକ୍ୟୁଟିଭ ଇଂଜିନିୟର ।

– ଉପକୂଳରେ ଜେଇଙ୍କ ପରେ ଦକ୍ଷିଣ ଓଡିଶାରେ ନିର୍ବାହୀ ଯନ୍ତ୍ରୀଙ୍କ ପାଳି
– ନବରଙ୍ଗପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ
– ପଇସା ଓ ଫରେନ ଟୁର୍ ଲୋଭରେ ରାତିରେ ଲୋକଙ୍କୁ ହାଇରାଣ କରିବାକୁ ରାଜି
– ଯେତେବେଳେ ଦରକାର କାଟିଦେବେ ଲାଇନ୍, ସ୍ଥାନ ଓ ସମୟ ସ୍ଥିର କରିବ ଇନ୍ଭଟର କମ୍ପାନି
– ନିଜ ପକେଟ ଗରମ ହେବା ଜାଣିବା ପରେ ଜିଲ୍ଲାପାଳଙ୍କ ପାଇଁ ଡିଲ କରୁଛନ୍ତି ନିର୍ବାହୀ ଯନ୍ତ୍ରୀ
– ଇନଭଚର କମ୍ପାନି କର୍ମଚାରୀଙ୍କୁ ବୁଝାଉଛନ୍ତି ଯେ, ପଇସା ଦେଲେ ଜିଲ୍ଲାପାଳ କରିବେ ମାର୍କେଟିଂ?

 

ଭିଡ଼ିଓର ସମସ୍ତ ଘଟଣାବଳୀ. . . .

ପ୍ରଥମ ସାମ୍ବାଦିକ – ସାର ଆମେ ଇନଭଟର କମ୍ପାନୀରୁ ଆସିଥିଲୁ ।
ନିର୍ବାହୀ ଯନ୍ତ୍ରୀ – ହଁ, ଆମେ କଥା ହେଇଥିଲେ । କ’ଣ ଆପଣ, କ’ଣ ମୋଠୁ ସାହାଯ୍ୟ ଚାହୁଁଛନ୍ତି? ଆପଣଙ୍କର ମାର୍କେଟିଂ ପିଲାମାନେ ଅଛନ୍ତି, ସବୁ ଅଛନ୍ତି? ହଁ ତ ମୋଠୁ କ’ଣ ସାହାଯ୍ୟ ଚାହୁଁଛନ୍ତି?
ପ୍ରଥମ ସାମ୍ବାଦିକ – ସାର ଆମେ କିଛି ଯାଗାରେ ଏକ୍ସପେରିମେଂଟ୍ କରିକି ସକ୍ସେସ୍ ହୋଇଛୁ ।
ନିର୍ବାହୀ ଯନ୍ତ୍ରୀ – ବୁଝିଲି । ଆପଣ ଯୋଉ କହୁଥିଲେ ଏଲଆର ଟା ଲୋଡ୍ ରେଷ୍ଟ୍ରିକ୍ସନ୍ ତ? ଆପଣ ସେ ମୋତେ ୱାନ୍ ଡେ ବିଫୋର କୁହନ୍ତୁ । କେତେ ଏରିଆ କହିବେ, କେତେ ସମୟ ସଟ୍ଡାଉନ୍ ଚାହୁଁଛନ୍ତି?
ପ୍ରଥମ ସାମ୍ବାଦିକ – ଆମକୁ ଘଂଟେ, ଅଧଘଂଟା, ଘଂଟେ ସଟ୍ଡାଉନ୍ ..
ନିର୍ବାହୀ ଯନ୍ତ୍ରୀ – ସଟ୍ଡାଉନ୍ ମୋର୍ ଦ୍ୟାନ୍ ୱାନ୍ ଆୱାର ବି ମିଳିବ । କିଛି ଅସୁବିଧା ନାହିଁ । କିନ୍ତୁ ଏରିଆ ୱାଇଜ୍ ମତେ ୱାନ୍ଡେ ବିଫୋର୍ କହିବାକୁ ପଡିବ । ସୋ ଦ୍ୟାଟ୍, ମୁଁ ସେହି ହିସାବରେ ପ୍ଲାନିଂ କରିବି ।
ୱାନ୍ଡେ ବିଫୋର । ଏବେ ଆପଣ ଟାଉନ୍ରେ କରୁଛନ୍ତି । ସପୋଜ ଟାଉନରେ ଭାଟ୍ସାଲଗୁଡା ଏରିଆରେ ଆପଣ କରୁଛନ୍ତି । ସେହି ଏରିଆରେ ସଟ୍ଡାଉନ୍ ଦରକାର ତ ଗୋଟିଏ ଦିନ ପୂର୍ବରୁ କହିଲେ । ସେହି ହିସାବରେ ପ୍ଲାନ କରିବି । ସେଠି ମେଂଟେନାନ୍ସ କରିବି, କିମ୍ବା ଅଲଗା କିଛି ପ୍ଲାନିଂ କରିବି । ସକାଳୁ ଆପଣଙ୍କୁ ସଟ୍ଡାଉନ୍ କରିଦେବି ।
ପ୍ରଥମ ସାମ୍ବାଦିକ – ଅର୍ବାନରେ, ସେମି ଅର୍ବାନରେ, ବାଇଂ କାପାସିଟି ଯାହାର ଅଛି..
ନିର୍ବାହୀ ଯନ୍ତ୍ରୀ – ହଁ ଠିକ୍ ଅଛି ।
ପ୍ରଥମ ସାମ୍ବାଦିକ – ଲୋକଙ୍କର ବାଇଂ କାପାସିଟି । ଅର୍ବାନରେ ସେମି ଅର୍ବାନରେ..
ନିର୍ବାହୀ ଯନ୍ତ୍ରୀ – ଆପଣ କରନ୍ତୁ, କିଛି ଅସୁବିଧା ନାହିଁ ।
ପ୍ରଥମ ସାମ୍ବାଦିକ – ଇଭିନିଂ ଟାଇମ୍ରେ ୭ଟା, ୮ଟା, ୯ଟା ବେଳେ ଏମିତି..
ନିର୍ବାହୀ ଯନ୍ତ୍ରୀ – ହୁଁ କିଛି ଅସୁବିଧା ନାହିଁ ।
ପ୍ରଥମ ସାମ୍ବାଦିକ – ସେଥିପାଇଁ କମ୍ପାନୀ ଆପଣଙ୍କ ପାଇଁ ଗୋଟେ..
ନିର୍ବାହୀ ଯନ୍ତ୍ରୀ – ସେଇଟା ଆପଣ ଫାଷ୍ଟ ସକସେସ୍ ହୁଅନ୍ତୁ ।
ପ୍ରଥମ ସାମ୍ବାଦିକ – ସେଇଟା ତ ଆମେ କରୁଛୁ ସାର, ଅନେକ ଯାଗାରେ ।
ନିର୍ବାହୀ ଯନ୍ତ୍ରୀ – ଆଉକିଛି କୁହନ୍ତୁ । ଆଉ କ’ଣ କିଛି ସାହାଯ୍ୟ କରିପାରିବି? ଆପଣ ଆଗେ ଷ୍ଟାର୍ଟ କରନ୍ତୁ, ଯଦି କିଛି ଅସୁବିଧା ହେଲା ମତେ କହିବେ । ଓକେ.. ଠିକ୍ ଅଛି । ଓକେ । ଏନିଥିଙ୍ଗ୍ ଏଲ୍ସ ସାର?
ପ୍ରଥମ ସାମ୍ବାଦିକ – ଆମ ତରଫରୁ ଗୋଟେ ସାର ଛୋଟିଆ..
ନିର୍ବାହୀ ଯନ୍ତ୍ରୀ – ନାଇ ଏବେ ଦିଅନ୍ତୁନି ସାର । କାମ ହଉ ଫାଷ୍ଟ । ଆପଣ ଏଂଟ୍ରି କରନ୍ତୁ,ତାପରେ କହିବେ । ନାଇଁ ଆପଣ ଏଂଟ୍ରି କରନ୍ତୁ, ମୋର କମିଟ୍ମେଂଟ୍ ରହିବା ଦରକାର । ଆପଣ ଏଂଟ୍ରି କରନ୍ତୁ । ଆପଣ ସକସେସ୍ ହୁଅନ୍ତୁ । ଆପଣଙ୍କ ବିଜନେସ୍ ଗ୍ରୋଥ କରୁ ।
ପ୍ରଥମ ସାମ୍ବାଦିକ – କମ୍ପାନୀ । ଜଣେଇ ଦଉଛି ସାର । ୫ ଲକ୍ଷର ବଜେଟ୍ ରଖିଛି ସାର ଆପଣଙ୍କ ପାଇଁ.. ତାପରେ ସେଲ ଦେଖିକି । ଆମେ ଦେଖିବୁ ଆମ ଏରିଆରେ ଯଦି ଭଲ ହଉଛି, ଇନ୍ସେନ୍ଟିଭ ମାନେ ଫରେନ୍ ଟୁର ବଗେରା ବି ରଖିଛି ସାର ।
ନିର୍ବାହୀ ଯନ୍ତ୍ରୀ – ଠିକ୍ ଅଛି, କିଛି ଅସୁବିଧା ନାହିଁ । ନାଇଁ ଆପଣ କେବେଠୁ ଏଠି ମାର୍କେଟିଂ କରୁଛନ୍ତି? ଆପଣଙ୍କର କେହି ପିଲା ଅଛି କି ଏଠି?
ପ୍ରଥମ ସାମ୍ବାଦିକ – ହଁ ସାର । ଆମର ରାୟପୁରରୁ ପିଲା ଏଠିକି ପଳେଇ ଆସିବେ ।
ନିର୍ବାହୀ ଯନ୍ତ୍ରୀ – ନାଇ ଆପଣଙ୍କର ମାର୍କେଟିଂ ତ କିଛି ଷ୍ଟ୍ରାଟେଜି କରିଥିବେ ନା?
ଦ୍ୱିତୀୟ ସାମ୍ବାଦିକ – ନାହିଁ ଆକ୍ଚ୍ୟୁଆଲି ଆମେ କ’ଣ ଚାହୁଁଛୁ, ହିନ୍ଦୀ ବୁଝୁଛନ୍ତି ନା.. ଆକ୍ଚ୍ୟୁଆଲି କୌଣସି ଜିନିଷର ଡିମାଣ୍ଡ ସେତେବେଳ ହେବ, ଯେତେବେଳେ ପାୱାର୍ ସଟ୍ଡାଉନ୍ ମତେ ମ୍ୟାକ୍ସିମମ୍ ମିଳିବ । ତେଣୁ ଆମେ ଚାହୁଁଛୁ, ଟିକେ କ୍ରାଇସିସ୍ ଅଛି ବୋଲି ଲୋକଙ୍କୁ ଲାଗିବା ଦରକାର ।
ନିର୍ବାହୀ ଯନ୍ତ୍ରୀ – କ୍ରାଇସିସ୍ ଅଛି ଲାଗିବା ଦରକାର ତ । ଆପଣ ଏଠିକାର ଭୌଗଳିକ ସର୍ଭେ କରିଛନ୍ତି କି? ତେଣୁ ପ୍ରଥମେ ଆପଣ.. । ଆପଣ କୋଉଠୁ ଆସିଛନ୍ତି?
ଦ୍ୱିତୀୟ ସାମ୍ବାଦିକ – ମୁଁ ରାୟପୁରରୁ ଆସିଛି ।
ନିର୍ବାହୀ ଯନ୍ତ୍ରୀ – ରାୟପୁର ମାନେ ଆପଣ ଏପଟରୁ ଆସିଛନ୍ତି ନା ଉମରକୋଟରୁ? ଏଠୁ ୪ ଘଂଟା ଲାଗୁଛି ରାୟପୁର । ଏଇଟା ସୀମା, ଛତିଶଗଡ ରାୟପୁର ସୀମା । ତ ଏଠି ଗୋଟେ ରାଇଘର ଏରିଆ ଅଛି । ରାଇଘରରୁ ତିନି ଘଂଟା ଚାରି ଘଂଟା ଲାଗୁଛି ସେପଟକୁ । ଏ ରାଇଘରରେ ଆପଣଙ୍କ ମାର୍କେଟିଂ ଭଲ ହୋଇ ପାରିବ । ରାଇଘର ରୁରାଲ୍ରେ । ଦ୍ୱିତୀୟରେ ଆପଣଙ୍କର ଝରିଗାଁ, ଚନ୍ଦାହାଣ୍ଡି ତାହା ଉମରକୋଟ ଏରିଆରେ ଅଛି । ତାପରେ ଇଆଡେ ଆସିବେ । ଏଠି କ’ଣ ଟ୍ରାଇବାଲ ଲୋକ ଅଧିକା । ଏମାନେ ଆର୍ଥିକ ଦୃଷ୍ଟି ରୁ ବି ସ୍ୱଚ୍ଛଳ ନୁହନ୍ତି ଗାଁରେ । କିନ୍ତୁ ରାଇଘର ଉମରକୋଟରେ ପଇସାବାଲା ଲୋକ । ତେଣୁ ସେଠି ଆପଣଙ୍କୁ ସୁବିଧାରେ ମାର୍କେଟିଂ କରିହେବ । ତେଣୁ ଆପଣ କହିଲେ, ସେଠି ଏଲଆର କରିଦେବା ।
ଦ୍ୱିତୀୟ ସାମ୍ବାଦିକ – ନାଇ ଆମର ଯୋଉ ଫିଲ୍ଡ କାମ, ତାହା ମାସେ ପରେ କରିବା । ତେଣୁ ପ୍ରଥମ ମାସରେ ଯୋଉ ଆପଣଙ୍କୁ ଭେଟୁଛୁ ଏଥିପାଇଁ ଏଇ ଏକ ମାସରେ ଯଦି ଆମକୁ ୧୦ ଥର କଟ୍ଟାଉନ୍ ବା ସଟ୍ଡାଉନ୍ ମିଳିଯିବ, ତ ଲୋକେ ଅସୁବିଧା ବୁଝିପାରିବେ । ଲୋକ ଅସୁବିଧା ବୁଝିବେ ତ, ଆମ ଜିନିଷକୁ ଗ୍ରହଣ କରିବେ ।
ନିର୍ବାହୀ ଯନ୍ତ୍ରୀ – ସେଥିପାଇଁ ଆପଣଙ୍କୁ ପିକ ଆୱାରରେ ସଟ୍ଡାଉନ୍ ଦରକାର । ଦିନରେ ତାର କିଛି କାମ ନାହିଁ । ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଡେରି ରାତିରେ ହେବ ତ ଭଲ ହେବ । ଏଇଆ ଚାହୁଁଛନ୍ତି ଆପଣ । ତ ଆପଣ ମନିଟର କେମିତି କରିବେ?
ଦ୍ୱିତୀୟ ସାମ୍ବାଦିକ – ଆମକୁ ମନିଟର କରିବା ଦରକାର ନାହିଁ ସାର । ଆମର ଲୋକ ଅଛନ୍ତି ସେମାନେ ଟାଲି କରିଦେବେ । ଯେମିତି ମୁଁ ଆପଣଙ୍କୁ ଭେଟିଲି, ଆଶା କରୁଛି ମାସେ ଭିତରେ ୧୦ଥର ମିଳିଗଲେ, ସିଡ୍ୟୁଲ୍ ଅନୁସାରେ ଆପଣ ସ୍ଥିର କରିଦେବେ ।
ନିର୍ବାହୀ ଯନ୍ତ୍ରୀ – ୧୦ରୁ ଅଧିକ ମିଳିବ । ଯେତେବେଳେ ଆମେ କାଟିବୁ ନା, ପରୋକ୍ଷରେ ମୋର ଲାଭ ହେଲା । ଆମର ଇନପୁଟ କମ୍ ହେଉଛି । ତେଣୁ ଆପଣ ଯେତେବେଳେ ଚାହିଁବେ ମୁଁ କାଟିଦେବି । କିନ୍ତୁ ପିକ୍ ଆୱାରରେ କାଟିଲେ ଆମର ଲାଭ ଅଧିକ । ଆପଣଙ୍କର ଲାଭ ହେବ ମୋର ବି ଲାଭ ହେବ । ବିଭାଗର ଇନପୁଟ୍ କମ୍ ହେବ । ଏମିତି ବି କଲେକ୍ସନ୍ ହେଉନି ଏ ଏରିଆରେ । ତେଣୁ ଆମେ ପ୍ଲାନ କରୁଛୁ କୋଉ ଏରିଆରେ କେମିତି କଟିବ?
ପୂଜା ସିଜିନ୍ ଅଛି..ଏଇ ସମୟରେ ଟିକେ ଅସୁବିଧା ହେବ । ଦଶହରା ସମୟରେ ।
ଦ୍ୱିତୀୟ ସାମ୍ବାଦିକ – ଏଇ ସିଜିନ୍ରେ ମତେ ଗୋଟେ ଦୁଇ ଥର ଦିଅନ୍ତୁ ନା ।
ନିର୍ବାହୀ ଯନ୍ତ୍ରୀ – ଏଇ ନମ୍ବରରେ ହ୍ୱାଟ୍ସଆପ ଅଛି । ଆପଣ ଆଉ ୟାଙ୍କୁ ବି ଆଡ୍ କରି ଦିଅନ୍ତୁ । ହ୍ୱାଟ୍ସଆପରେ ଆପଣ କୋଉ ଏରିଆରେ ମତେ ଜଣେଇଦେବେ । ଆଉ କନଫରମେସନ୍ ବି ମତେ ଦେବେ । ମାନେ ଆପଣଙ୍କର ଯିଏ ପିଲା ଅଛି ପ୍ରକୃତରେ କରିଛି କି ନାହିଁ । ଫଳରେ ମୋର ଫିଲ୍ଡରେ ଯୋଉ ଲୋକ ଅଛନ୍ତି କ୍ୟାପଚର୍ କରିପାରିବେ ।
ଦ୍ୱିତୀୟ ସାମ୍ବାଦିକ – ଠିକ୍ ଅଛି । ସେଥିରେ କିଛି ଅସୁବିଧା ନାହିଁ । ଆମର ବ୍ୟବସ୍ଥା ହେଲା ୧୦ଥର କଟ୍ ପାଇଁ, କମ୍ପାନୀ ମୋ ପକେଟରୁ ନୁହଁ । କମ୍ପାନୀ ଏଥିପାଇଁ ୫ଲକ୍ଷ ପର ଏକ୍ଜିକ୍ୟୁଟର ରଖିଛି । ତେଣୁ ଏ ପେମେଂଟ୍ ମୁଁ ଆପଣଙ୍କୁ ମାସେ କମ୍ପିଲ୍ଟ ହେଲେ, ଯୋଉଠି କହିବେ, ଯେମିତି କହିବେ, ଦେଇ ଦେବି ।
ନିର୍ବହୀ ଯନ୍ତ୍ରୀ – ବିଶ୍ୱାସ ଉପରେ ସବୁ ଚାଲୁଛି ।
ଦ୍ୱିତୀୟ ସାମ୍ବାଦିକ – କାହା ଉପରେ ଚାଲୁଛି?
ନିର୍ବହୀ ଯନ୍ତ୍ରୀ – ବିଶ୍ୱାସରେ ଚାଲୁଛି । ଆପଣଙ୍କ କମିଟ୍ମେଂଟ୍ ଉପରେ ଚାଲୁଛି ।
ଦ୍ୱିତୀୟ ସାମ୍ବାଦିକ – ମୋର ଆଉ ଆପଣଙ୍କର କମିଟମେଂଟ୍ ହିଁ ସବୁଠାରୁ ବଡ କଥା ।

ନିର୍ବହୀ ଯନ୍ତ୍ରୀ – ଆପଣଙ୍କର ଭାଉଚର ଯାହା ଅଛି ମତେ ଦେଇ ଦିଅନ୍ତୁ । ଯେତେ ସବୁ ଅଫର ଅଛି, କଲେକ୍ଟରଙ୍କୁ କହିକି ସେଗୁଡିକା ବି ମାର୍କେଟିଂ କରେଇ ଦେବି । ଆପଣ ଥରେ ଫାଇନାଲ କରନ୍ତୁ । ଆମ ଜିଲ୍ଲାପାଳ ବି ବହୁତ ଭଲ । ତାଙ୍କୁ ବି କିଛି…ହେଲା ପରେ । କଲେକ୍ଟର ତ ସିଧାସଳଖ ନେବେନି । ଯେଉଁ ସ୍କୁଲ, ଅଙ୍ଗନୱାଡି ପାଇଁ ଯେଉଁ ଇଲେକ୍ଟ୍ରିକ କଷ୍ଟ ହୁଏ ସୋଲାର ମେଂଟେନାନ୍ସରୁ କମ ହେବ, ଏ ପ୍ରପୋଜାଲ ଦେବେ ତ, ସେ ତାଙ୍କୁ ପ୍ରେସର କରିବେ ୟାକୁ କିଣିବା ପାଇଁ । ଆଉ ଆପଣଙ୍କର ମାର୍କେଟ ରେଟ୍ର ଟିକେ ତୁଳନା କରନ୍ତୁ । ନାଇଁ ନାଇଁ ଆପଣ ଯେତେବେଳେ ବି ଯିବେ,ସାର ଏଇ ଏଇ ବ୍ରାଣ୍ଡର ମାର୍କେଟରେ ମିଳୁଛିି ତ ତୁଳନା କରାନ୍ତୁ ।
ଦ୍ୱିତୀୟ ସାମ୍ବାଦିକ- ଏବେ କିଏ ଅଛନ୍ତି କଲେକ୍ଟର ଆପଣଙ୍କର?
ନିର୍ବହୀ ଯନ୍ତ୍ରୀ – ଅଜିତ ମିଶ୍ର । ମୋର ସଜେସନ୍ ହେଉଛି । ଆପଣଙ୍କୁ ପସନ୍ଦ ଆସିବକି ନାହିଁ । କେହି ବଙ୍ଗାଳି ପିଲା ଥିବ ତ ମାର୍କେଟିଂ ସହଜ ହେବ । କାହିଁକି ସିଏ ୯୦ ପ୍ରତିଶତ ବଙ୍ଗାଳି । ନାଇଁ ତାଙ୍କର ଟିକେ ଇଂଟରନାଲ ଫିଲିଙ୍ଗସ ଆସିବ ।
ଦ୍ୱିତୀୟ ସାମ୍ବାଦିକ- ଯେମିତି ମୁଁ ଏବେ ହିନ୍ଦିରେ କଥା ହେଉଛି । ଓଡିଆରେ କଥା ହେଲେ ବେଶୀ ପ୍ରଭାବ ପଡିବ ।
ନିର୍ବହୀ ଯନ୍ତ୍ରୀ – ହଁ ହଁ ସେମିତି ଉମରକୋଟ ଏରିଆରେ ଗୋଟେ ଦିଇଟା ବଙ୍ଗାଳି ପିଲା ଛାଡିଦେଲେ ମାର୍କେଟିଂ ଭଲ ହେବ ।
ଦ୍ୱିତୀୟ ସାମ୍ବାଦିକ- ଆପଣ ଭୁବନେଶ୍ୱର ଯାଆନ୍ତି କେବେ? ଏବେ କେବେ ଯିବେ?
ନିର୍ବହୀ ଯନ୍ତ୍ରୀ – ହଁ ଏହି ମାସରେ ୨ ତାରିଖରେ ଯାଉଛି । ଛୁଟି ଅଛି ୨ରେ ଯାଉଛି ।
ପ୍ରଥମ ସାମ୍ବାଦିକ- ଆପଣଙ୍କ ଘର ସାର?
ନିର୍ବହୀ ଯନ୍ତ୍ରୀ – ବ୍ରହ୍ମପୁର, ପାଣିଟାଙ୍କି ସାମ୍ନାରେ । ମୋର ଶ୍ୱଶୁର ଘର ହେଉଛି ଭୀମଟାଙ୍ଗି, ଭୁବନେଶ୍ୱର । ଆପଣଙ୍କ ନମ୍ବର ଏଇଟା । ତ ମତେ ଆପଣଙ୍କ ଭାଉଚର ବଗେରା ଟିକେ ଦେଇଦିଅନ୍ତୁ । ତ ଏୟା କରନ୍ତୁ । ଦ୍ୱିତୀୟରେ ତ ମୁଁ କଲେକ୍ଟରଙ୍କ ସହ କଥା କରାଇଦେବି । କଲେକ୍ଟରଙ୍କର ଯାହା ପ୍ରୋଭିଜନ ଅଛି ତାଙ୍କୁ ଦେଇଦିଅନ୍ତୁ ।
ଦ୍ୱିତୀୟ ସାମ୍ବାଦିକ- କଣ କେତେ ହେବ ତାଙ୍କର? ଟିକେ କହିଦେଉ ନାହାନ୍ତି । ପ୍ରୋଭିଜନ ମୁଁ ପାସ କରାଇଦେବି ନା ।
ନିର୍ବହୀ ଯନ୍ତ୍ରୀ – ଯେତେବେଳେ କାମ ମିଳିବ ଆପଣଙ୍କୁ, ଅର୍ଡର ମିଳିବ ସେହି ହିସାବରେ ଆପଣ ଦେଇଦେବେ ।