ନବରଙ୍ଗପୁରରେ ଅଲୌକିକ ଘଟଣା : ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ଝୁଲନ୍ତା ଅବସ୍ଥାରେ ରହିଲେ ସାରା ରାତି . . . ଡାକ୍ତରଖାନାରେ ନାବାଳିକାକୁ ଜୀବନ୍ତ ଘୋଷଣା କଲେ ଡାକ୍ତର

2,137

କନକ ବ୍ୟୁରୋ : ଆତ୍ମହତ୍ୟା କରିବା ପାଇଁ ବେକରେ ଓଢ଼ଣୀ ଲଗାଇଦେଲେ ଜଣେ ନାବାଳିକା । ସାରା ରାତି ଅର୍ଥାତ୍ ପ୍ରାୟ ୧୦ ଘଂଟା ଧରି ଝୁଲି ରହିଲେ । ସକାଳୁ ପରିବାର ଲୋକ ଝିଅର ମୃତ୍ୟୁ ହୋଇଛି ଭାବି ପୁଲିସକୁ ଖବର ଦେଲେ । ଆଉ ଯେତେବେଳେ ନାବାଳିକାକୁ ଡାକ୍ତରଖାନାକୁ ନିଆଗଲା । ସେଠି ଡାକ୍ତର କହିଲେ, ନାବାଳିକା ଜୀବିତ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ ।

ଜୀବନ ଓ ମୃତ୍ୟୁ କାହାରି ହାତରେ ନଥାଏ । କେତେବେଳେ କାହାର ମୃତ୍ୟୁ ଆସିବ, ତାହା କେହି କରିପାରିବେ ନାହିଁ । ହେଲେ ପ୍ରକୃତିର ଏହି ନିୟମକୁ ଖାତିର ନକରି ନିଜ ଜୀବନକୁ ନିଜ ହାତରେ ଶେଷ କରିଦେବାକୁ ଉଦ୍ୟମ କରିଥିବା ଏହି ନାବାଳିକାଙ୍କ କାହାଣୀ ସମସ୍ତଙ୍କୁ ଚକିତ କଲା ଭଳି ।

ଆତ୍ମହତ୍ୟା ପାଇଁ ବେକରେ ଓଢ଼ଣୀ ଦେଇ ଅନ୍ଧାରିଆ ଘରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ନାବାଳିକା ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ଭିତରେ ରହିଛି ଏକ ଆଶ୍ଚର୍ଯ୍ୟଜନକ କାହାଣୀ । ନବରଙ୍ଗପୁର ଜିଲ୍ଲା ହରିପୁର ଗାଁର ଏହି ନାବାଳିକା କୌଣସି କାରଣରୁ ଆତ୍ମହତ୍ୟା କରିବା ନିଷ୍ପତ୍ତି ନେଇ ବେକରେ ଓଢ଼ଣୀ ଲଗାଇ ଦେଇଥିଲେ । ରାତିରେ ଘର ଲୋକ ଶୋଇଯିବା ପରେ ଅନ୍ଧାରିଆ କୋଠରୀରେ ପ୍ରାୟ ୧୦ ଘଂଟା ଧରି ଝୁଲି ରହିଥିଲେ ।

ସକାଳୁ ଘର ଲୋକ ଝିଅର ମୃତ୍ୟୁ ହୋଇଯାଇଥିବା ଭାବି ଡାକ୍ତରଖାନା ନେଇ ଯାଇଥିଲେ ପରିବାର ଲୋକ । ହେଲେ, ନାବାଳିକାଙ୍କୁ ଦେଖିବା ପରେ କହିଲେ, ନାବାଳିକା ଜଣକ ଜୀବିତ । ଏସବୁ ଭିତରେ ମରଣ ମୁହଁରୁ ଜଣେ ନାବାଳିକା ଫେରି ଆସିବା, ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।