କନକ ବ୍ୟୁରୋ : ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ୧୫ ବର୍ଷୀୟ ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ବାଇକ୍ ଯୋଗେ ଆସି ଉଠାଇ ନେଇଥିଲେ ।
ନାବାଳିକାଙ୍କୁ ନିକଟସ୍ଥ ଗାଁକୁ ନେଇ ଗୋଟିଏ ଦିନ ରଖି ତା ସହ ଦୁଷ୍କର୍ମ କରିବା ପରେ ପରଦିନ ସନ୍ଧ୍ୟାରେ ଆଣି ଛାଡି ଦେଇଥିଲେ । ପରିବାର ଲୋକ ଗାଁରେ ବୈଠକ କରି ନାବାଳିକାକୁ ଅଭିଯୁକ୍ତ ଯୁବକର ଘରେ ଛାଡି ଦେଇଥିଲେ । ତେବେ ଅଭିଯୁକ୍ତ ଯୁବକ ଘରେ ଅନୁପସ୍ଥିତ ରହିବା ସହ ପରିବାର ଲୋକ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଫଳରେ ବାଧ୍ୟ ହୋଇ ନାବାଳିକା ନିଜ ଘରକୁ ଫେରିବା ସହ ନବରଙ୍ଗପୁର ମା’ ଘର ସହାୟତାରେ ଥାନାରେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Rape-2-784x441-1.jpg)
/kanak/media/post_attachments/wp-content/uploads/2018/04/Rape-Child-crime-1.jpg)