ରାଜଧାନୀରେ ଶୁଭିବ ଓଡିଶା ଚାଷୀଙ୍କ ସ୍ୱର ! ନବ ନିର୍ମାଣ କୃଷକ ସଂଗଠନର ଦିଲ୍ଲୀ ଚଲୋ ଡାକରା

36

କନକ ବ୍ୟୁରୋ : ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଓଡିଶା ଚାଷୀ । ଦିଲ୍ଲୀରେ ଶୁଭିବ ଓଡିଶା ଚାଷୀଙ୍କ ସ୍ୱର । ନବ ନିର୍ମାଣ କୃଷକ ସଂଗଠନର ଦିଲ୍ଲୀ ଚଲୋ ଡାକରା । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବେ ଓଡିଶାର ହଜାର ହଜାର ଚାଷୀ । ଏଥିପାଇଁ ଟ୍ରେନ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଚାଷୀ ।

Nabanirman ହକର ଲଢେଇ ପାଇଁ ଜୋରଦାର ପ୍ରୟାସ କରିଛି ସଂଗଠନ । ଆଗାମୀ ୧୧ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହେବେ ପ୍ରାୟ ୨୨ଟି ରାଜ୍ୟର ଚାଷୀ । ନିଜ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବେ ଦେଶର କୃଷକ । ସାରା ଦେଶରେ ଚାଷୀଙ୍କ ପାଇଁ ସର୍ବନିମ୍ନ ପେନସନ ସୁନିଶ୍ଚିତ କରିବାକୁ ମୋଦି ସରକାରଙ୍କୁ ବାଧ୍ୟ କରିବାକୁ ନିର୍ଣ୍ଣାୟକ ଲଢେଇ କରିବେ । ଅନେକ ସମୟରେ ଦେଶରେ ଚାଷୀ ଋଣଭାର ଓ ଉତ୍ପାଦିତ ଦ୍ରବ୍ୟର ଉପୟୁକ୍ତ ମୂଲ୍ୟ ପାଉନଥିବାରୁ ହତାଶ ହୋଇପଡୁଛନ୍ତି । ଆତ୍ମହତ୍ୟାର ବାଟକୁ ଆପଣାଉଛି ଚାଷୀ ।

ତେବେ ନିଜର ହକ ପ୍ରତି କୋହଳ ମନୋଭାବ ଆଉ ପୋଷଣ କରିବ ନାହିଁ ଚାଷୀ । ଜମିରେ ହାଡଭଙ୍ଗା ପରିଶ୍ରମ କରୁଥିବା ଚାଷୀ ରାଜରାସ୍ତାରେ ଗର୍ଜନ କରିବାକୁ ପଛାଇବ ନାହିଁ । ନିଜର ହକକୁ ଲୋକଙ୍କ ସାମ୍ନାକୁ ଆଣିବେ, ସରକାରଙ୍କୁ ଅବଗତ କରାଇବେ । କିଭଳି ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ଚାଷୀ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏଥିପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଓଡିଶାର ଚାଷୀ ।