ରତ୍ନଭଣ୍ଡାର ରହସ୍ୟରୁ ଉଠିଲାନି ପରଦା ! ମୁଖ୍ୟ ପ୍ରଶାସକ କହିଲେ, ରତ୍ନଭଣ୍ଡାରରେ ରହିଛି ଫାଟ, ମରାମତି ଆବଶ୍ୟକ

Advertisment
ରତ୍ନଭଣ୍ଡାରରେ ରହିଛି ରହସ୍ୟମୟ ବ୍ରହ୍ମଜ୍ୟୋତି ହୀରା ! ୧୯୭୮ରେ ଶ୍ରୀଜୀଉଙ୍କ ହୀରା ଦେଖି ଚକିତ ହୋଇଯାଇଥିଲେ ଗୁଜରାଟର ଜହୁରୀ, ମୂଲ୍ୟ ଆକଳନ କରିନପାରି ବନ୍ଦ ରଖିଥିଲେ ହିସାବ

କନକ ବ୍ୟୁରୋ : ଆଜି ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା ନେଇ ହାଇକୋର୍ଟଙ୍କୁ ପ୍ରତ୍ନତତ୍ୱ ବିଭାଗ ଜଣାଇବା ପରେ ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାଂଚ କମିଟି ଗତକାଲି ରତ୍ନଭଣ୍ଡାର ଯାଂଚ କରିଛନ୍ତି । ରତ୍ନଭଣ୍ଡାରର ସ୍ଥିତି କଣ ରହିଛି ଓ ମନ୍ଦିର ପ୍ରଶାସନର ପରବର୍ତି ପଦକ୍ଷେପ କଣ ସେ ନେଇ ଆଜି କୋର୍ଟରେ ସତ୍ୟପାଠ ଦାଖଲ କରାଯିବ । ଗତ ୨୯ତାରିଖରେ ଏହି ମାମଲାର ଶୁଣାଣି କରିବାବେଳେ ଆଜିକୁ ପରବର୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ କୋର୍ଟ ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଫାଟ ରହିଛି । କାନ୍ଥ ଓଦା ଏବଂ ଦୁର୍ବଳ ରହିଛି । ତେଣୁ ରତ୍ନଭଣ୍ଡାରର ମରାମତି ଆବଶ୍ୟକତା ରହିଛି । ରତ୍ନଭଣ୍ଡାର ଯାଂଚ୍ ପରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିିଟି ବୈଠକରେ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା । ଏଏସଆଇର ଇଂଜିନିୟର ୭ ଦିନ ମଧ୍ୟରେ ରତ୍ନଭଣ୍ଡାର ଯାଂଚ୍ ନେଇ ରିପୋର୍ଟ ଦେବେ । ଏହାପରେ ସରକାର ନିଷ୍ପତି ନେବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ରତ୍ନଭଣ୍ଡାର ଯାଂଚ୍ ପରେ ଆଜି ଭୁବନେଶ୍ୱରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପରିଷଦର ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ରତ୍ନଭଣ୍ଡାର ଯାଂଚ୍ ନେଇ ସମୀକ୍ଷା କରାଯାଇଛି ।

publive-image

ରହସ୍ୟରେ ରହିଗଲା ରତ୍ନଭଣ୍ଡାରର ଭିତର ଗୃହ । ଯେଉଁ ଭିତର ଗୃହକୁ ନେଇ ଚାରିଆଡେ ଉତ୍କଣ୍ଠା ଲାଗିରହିଛି, ସେହି ଭିତର ଭଣ୍ଡାରକୁ ପ୍ରବେଶ ନକରିବା ପାଇଁ ନିଷ୍ପତି ନେଇଛି ଯାଂଚ୍ କମିଟି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବାହାରୁ ଦେଖିବା ସମ୍ଭବ ହେଉଥିବାରୁ ଭିତର ଭଣ୍ଡାରକୁ ଖୋଲାଗଲାନାହିଁ ।
ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ନେଇ ଅନେକ କାହାଣୀ ରହିଛି । ବିଭିନ୍ନ ଲୋକକଥା ଓ ବିଶ୍ୱାସ ଭିତରେ ଆଜିର ଯାଂଚ୍ କମିଟି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲା । କିନ୍ତୁ , ମୁଖ୍ୟ ଭଣ୍ଡାର ଅର୍ଥାତ୍ ଭିତର ଭଣ୍ଡାରକୁ କାହିଁକି ଖୋଲିଲେ ନାହିଁ, ଏବଂ ବାହାରୁ ଦେଖି ରିପୋର୍ଟ ପ୍ରସ୍ତୁତ କଲେ, ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ । ଏହି ବୈଠକରେ ରଥ ନିର୍ମାଣ ସମ୍ବନ୍ଧରେ ଆଲୋଚନା ହେବା ସହିତ ପସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମେଳନରେ କକ୍ଷଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଥମ ବୈଠକରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅଧ୍ୟକ୍ଷ ତା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe