ଉତ୍ତରପ୍ରଦେଶରୁ ଆସିଲା ଦାଦନ ଦୁର୍ଦ୍ଦଶାର କରୁଣ ଚିତ୍ର : ମୁଜାଫରନଗରରେ ଶ୍ରମିକଙ୍କୁ ଧକ୍କାଦେଲା ବସ, ଘରେ ପହଞ୍ଚିବା ପୂର୍ବରୁ ୬ ଜଣଙ୍କର ଶୋଚନୀୟ ମୃତ୍ୟୁ

325

କନକ ବ୍ୟୁରୋ : ତାଲାବନ୍ଦ ଭିତରେ ଦାଦନଙ୍କ ଦୁର୍ଦ୍ଦଶାର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସିବାରେ ଲାଗିଛି । କିଏ ଟ୍ରେନ ଓ ବସରେ ଘରବାହୁଡା କରୁଥିବାବେଳେ କିଏ ପାଦରେ ଚାଲି ଚାଲି ଭିଟାମାଟି ଫେରୁଛନ୍ତି । ଏଭଳି ସମୟରେ ଏକ ହୃଦୟବିଦାରକ ଖବର ଆସିଛି ଉତରପ୍ରଦେଶରୁ । ଚାଲି ଚାଲି ନିଜ ଘର ବିହାର ଫେରୁଥିବାବେଳେ ଶ୍ରମିକଙ୍କୁ ଧକ୍କା ଦେଇଛି ବସ୍ । ଏହି ଘଟଣାରେ ୬ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ଶ୍ରମିକମାନେ ପଞ୍ଜାବରେ କାମକରୁଥିବାବେଳେ ଉତରପ୍ରଦେଶ ଦେଇ ବିହାର ଯାଉଥିଲେ । ମୁଜାଫରନଗରରେ ଚାଲି ଚାଲି ଯାଉଥିବାବେଳେ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୋଲିସ ପଂହଚି ପରିସ୍ଥିତିକୁ ଆୟତ କରିଛି । ଆଜି ଭୋରରୁ ଏହି ଘଟଣା ଘଟିଛି । ମୃତକ ସମସ୍ତେ ବିହାର ଗୋପାଳଗଞ୍ଜର ବୋଲି ଜଣାପଡିଛି ।