ଛେଳିଚୋରି ସନ୍ଦେହରେ ଲୋକେ ଘଟାଇଲେ ନୃଶଂସ କାଣ୍ଡ : କାଠଗଣ୍ଡିରେ ବାନ୍ଧି ଯୁବକକୁ ପିଟିପିଟି ମାରିଦେଲେ, ବାରିପଦା ପାଲବଣି ଅଞ୍ଚଳର ଘଟଣାରେ ୨ ଗିରଫ

356

କନକ ବ୍ୟୁରୋ : ମରିଗଲା ମାନବିକତା । କରୋନା କାଳରେ ଯେତେବେଳେ ସମଗ୍ର ମାନବ ସମାଜ ପ୍ରତି ବଡ ବିପଦ ସୃଷ୍ଟି ହୋଇଛି । ଠିକ ସେତିକିବେଳେ ଅମଣିଷ ପଣିଆର ଏକ ବଡ ଉଦାହଣର ଦେଖିବାକୁ ମିଳିଛି ବାରିପଦାରେ । ଛେଳି ଆଗରେ କିଭଳି ମଣିଷର ଜୀବନ ତୁଚ୍ଛ ହୋଇ ଯାଇଛି, ତାହା ହିଁ ଦେଖିବାକୁ ମିଳିଛି । କାରଣ ଛେଳି ଚୋରି କରିଥିବା ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଇଛନ୍ତି ୫ ଜଣ ।

ବାରିପଦା ପୌରାଂଚଳ ୨୫ ନମ୍ବର ୱାର୍ଡର ପାଲବଣିରେ ରହୁଥିବା ରବି କାଳନ୍ଦି ସେହି ଅଂଚଳର ପବନା ବାସ୍କେଙ୍କ ଘରୁ ଏକ ଛେଳି ଚୋରି କରିନେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ପବନାଙ୍କ ସହ ଅନ୍ୟ ୪ ଜଣ ମିଶି ରବିଙ୍କୁ ବାଟରେ ଅଟକାଇ, ଏକ କାଠ ଗଣ୍ଡିରେ ବାନ୍ଧି ଦେଇଥିଲେ । ନିଜେ ବିଚାରକ ସାଜି କରିଥିଲେ ନ୍ୟାୟ । ରବିଙ୍କୁ ବାଡିରେ ନିସ୍ତୁକ ପଟିଥିଲୋ ଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ୨ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି । ଦେବସ୍ନାନ ପୂର୍ଣ୍ଣିମା ଭଳି ଏକ ପବିତ୍ର ଦିନରେ ପାଶବିକତାର ଏଭଳି ବର୍ବର ଚିତ୍ର ବାରିପଦା ଟାଉନ ଅଂଚଳରେ ହଇଚଇ ସୃଷ୍ଟି କରିଛି ।