କନକ ବ୍ୟୁରୋ : ବାଲି ଚାଲାଣକୁ ବିରୋଧ କରିବାରୁ ଯୁବକଙ୍କୁ ବାଲି ମାଫିଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ଏଭଳି ଘଟଣା ଘଟିଛି । ଜେସିବି ବକେଟରେ ଚାପି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲି ମାଫିଆ ମାନେ ଜମ୍ଭିରା ନଦୀରୁ ବାଲି ନେଇ ରାମଚନ୍ଦ୍ରପୁର ଗାଁ ଦେଇ ଦିନ ରାତି ବାଲି ଚାଲାଣ କରୁଥିବା ମିଣ୍ଟୁ ତରେଇ ବିରୋଧ କରିଥିଲେ ।
ବିରୋଧ କରିବାରୁ ମିଣ୍ଟୁ ତରେଇଙ୍କୁ ଜେସିବି ବକେଟରେ ଚାପି ବାଲିମାଫିଆ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକାରୀଙ୍କୁ ଗିରଫ ସହ ମୃତ ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକେୁ ଅମରଦାରୋଡ-ଚିତ୍ରଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗାଁ ଲୋକେ । ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୁଲିସ ଓ ତହସିଲଦାର ପହଚିଂ ତଦନ୍ତ କରୁଛନ୍ତି ।