କନକ ବ୍ୟୁରୋ : ପୁଣି ପାଣି ପାଣି ହେଲା ମୁମ୍ବାଇ । ଗତକାଲି ଠାରୁ ମାୟାନଗରୀ ମୁମ୍ବାଇରେ ବର୍ଷା ଜାରି ରହିଛି । ରାସ୍ତା ଉପରେ ପାଣି ରହିଥିବା କାରଣରୁ ଗାଡି ଚଳାଚଳ ମଧ୍ୟ ବ୍ୟାଘତ ହୋଇଛି । ଅଧିକାଂଶ ସ୍ଥାନରେ ପ୍ରବଳ ପାଣି ଜମିରହିଛି । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି ମୁମ୍ବାଇ । ସବୁବେଳେ ଚଳଚଞ୍ଚଳ ମୁମ୍ବାଇ ସହରରେ ଏବେ ସବୁଆଡେ ପାଣି ଓ ପାଣି । ବଳ ବର୍ଷା ଫଳରେ ବିମାନ, ରେଳ ଓ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୧୦ ଫ୍ଲାଇଟ୍ ରଦ୍ଦ କରିଦିଆଯାଇଛି । ଏହାସହ ତଳିଆ ଅଂଚଳରେ ଆଣ୍ଠୁଏ ଲେଖାଏଁ ପାଣି ଜମିରହିଛି । ଅନ୍ୟପଟେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ଆଶଙ୍କା ହେଉଛି ।

Advertisment

ମୁମ୍ବାଇରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ରାସ୍ତା, ହସ୍ପିଟାଲ ଓ ରେଳଷ୍ଟେସନ ଜଳାର୍ଣ୍ଣବ । ଲୋକଙ୍କର ଦୁର୍ଦ୍ଦଶା ଆହୁରି ବଢ଼ିଛି । ଗତକାଲି ରାତିଠାରୁ ମାହାନଗରୀରରେ ପ୍ରବଳ ବର୍ଷା ଲାଗି ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଜି ଓ ଆସନ୍ତାକାଲି ପ୍ରଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ଏଥିପାଇଁ ମୁମ୍ବାଇ ସହିତ ଅନେକ ଅଞ୍ଚଳରେ ରେର୍ଡ଼ ଆଲର୍ଟ ଜାରି କରାଯାଇଛି ।

ମହାରାଷ୍ଟ୍ର ପାଳଘରରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଉପରେ ପାଣି ଭରିଯାଇଛି । ଅନେକ ଘର ପାଣିରେ ବୁଡ଼ି ରହିଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନ । ପାଣିପାଗ ସୂଚନା ଅନୁସାରେ ମୁମ୍ବାଇ, ନବୀ ମୁମ୍ବାଇ, ଥାଣେ, ପାଳଘର ସହିତ କୋଙ୍କଣ ଅଞ୍ଚଳରେ ୪ରୁ ୬ ଘଂଟା ପର୍ଯ୍ୟନ୍ତ ବର୍ଷାର ଜାରି ରହିଛି ।