ଲକ୍‌ଡାଉନ ‌ଯୋଗୁଁ କଳାକାରଙ୍କ ଜୀବନଜୀବିକା ପ୍ରଭାବିତ : ଫେବ୍ରୁଆରି ପରଠୁ ମିଳିନି ସହାୟତା ରାଶି

Advertisment
ଲକ୍‌ଡାଉନ ‌ଯୋଗୁଁ କଳାକାରଙ୍କ ଜୀବନଜୀବିକା ପ୍ରଭାବିତ : ଫେବ୍ରୁଆରି ପରଠୁ ମିଳିନି ସହାୟତା ରାଶି

http://sambad.in/

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସରକାରଙ୍କ ଲକ୍‌ଡାଉନ ‌ଯୋଗୁଁ ସମସ୍ତଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଲକ୍‌ଡାଉନ ଯୋଗୁଁ ନିର୍ମାଣ ଶ୍ରମିକ, ଉଠାଦୋକାନୀଙ୍କ ସମେତ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସମସ୍ୟାକୁ ଦେଖି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ହେଲେ ରାଜ୍ୟର କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା ଗରିବ କଳାକାରଙ୍କ କଥା ସରକାର ଏକ ପ୍ରକାର ଭୁଲି ଯାଇଛନ୍ତି । ଅନ୍ୟ ବର୍ଗର ହିତାଧିକାରୀମାନଙ୍କୁ ଆଗୁଆ ଭତ୍ତା ଦିଆଯାଇଥିବା ବେ‌େଳ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ମାର୍ଚ୍ଚ ମାସର ସହାୟତା ରାଶି ଏ ପର୍ଯ୍ୟନ୍ତ ମିଳିପାରିନାହିଁ । କେବଳ ସେତିକି ନୁହେଁ, ସ୍ଥିତି ଏମିତି ହୋଇଛି ଯେ, ରାଜ୍ୟ ସରକାରଙ୍କ ତ୍ବରିତ ପଦକ୍ଷେପ ବିନା ନିକଟ ଭବିଷ୍ୟତରେ ସହାୟତା ରାଶି ମିଳିବା ଆଶା ନାହିଁ ।

ଅଭାବ ଅନଟନ ମଧ୍ୟରେ ଜୀବନ ବିତାଉଥିବା କଳାକାରମାନଙ୍କ ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଆରମ୍ଭ କରିଛନ୍ତି । ଆଗରୁ ହିତାଧିକାରୀମାନଙ୍କୁ ମାସିକ ହଜାରେ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଉଥିଲା । ୨୦୧୮ ମସିହା ଜାନୁଆରି ମାସରେ ଏହି ମାସିକ ସହାୟତା ରାଶି ୧୨୦୦ ଟଙ୍କାକୁ ବୃଦ୍ଧି କରାଯିବା ସହିତ ବୟସ ସୀମା ବି କୋହଳ କରାଯାଇଥିଲା। ଆଗରୁ ବୟସ ସୀମା ପୁରୁଷ ଓ ମହିଳା କଳାକାରଙ୍କ ପାଇଁ ଯଥାକ୍ରମେ ୬୦ ଓ ୫୦ ବର୍ଷ ବୟସ ରହିଥିବା ‌ବେଳେ ୨୦୧୮ ମସିହାରେ ୧୦ ବର୍ଷ ଲେଖାଏଁ ହ୍ରାସ କରାଯାଇଥିଲା। ପୂର୍ବରୁ ରାଜ୍ୟର ମାତ୍ର ୪ ହଜାର ଗରିବ କଳାକାର ସହାୟତା ରାଶି ପାଉଥିବାବେଳେ ଏହି ଘୋଷଣା ସମୟରେ ରାଜ୍ୟର ପ୍ରାୟ ୫୦ ହଜାର କଳାକାର ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରାଯାଇଥିଲା।

ଏହି ଯୋଜନା କେବଳ ଗରିବ କଳାକାରଙ୍କ(ବାର୍ଷିକ ଆୟ ଗ୍ରାମାଂଚଳ ପାଇଁ ୫୦ ହଜାର ଓ ସହରାଂଚଳ ପାଇଁ ୬୦ ହଜାର) ପାଇଁ ଉଦ୍ଦିଷ୍ଟ। ପ୍ରତ୍ୟେକ ମାସ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସହାୟତା ରାଶି ଟ୍ରାନ୍‌ସଫର୍ ହେବାର ନିୟମ ରହିଛି। ଚଳିତ ବର୍ଷ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ହିତାଧିକାରୀମାନେ ସହାୟତା ରାଶି ପାଇଛନ୍ତି। ନିୟମ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଏପ୍ରିଲ ମାସରେ ହିତାଧିକାରୀମାନେ ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ କରିଥାନ୍ତି। ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ଦାଖଲ ସୀମା ମେ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏବେ ଅନୁଗୁଳ ଜିଲ୍ଲାରେ କେବଳ ୧୨୩୦ ଜଣ କଳାକାର ଏହି ଯୋଜନାରେ ସହାୟତା ପାଉଛନ୍ତି। ଜିଲ୍ଲାର ୭ ହଜାର ଗରିବ କଳାକାର ସହାୟତା ରାଶି ପାଇଁ ପ୍ରଶାସନ ନିକଟରେ ଆବେଦନ କରିଥିଲେ। କିନ୍ତୁ, ସରକାର ଜିଲ୍ଲାକୁ ଦେଇଥିବା ଟାର୍ଗେଟ ଅନୁଯାୟୀ ଅଧିକ ବୟସର କଳାକାରମାନଙ୍କୁ ଏଥିପାଇଁ ବଛାଯାଇଥିଲା। ଏଣୁ, ୬୮ ବର୍ଷ ବୟସରୁ ଅଧିକ ବର୍ଷ କଳାକାରମାନଙ୍କୁ ହିଁ ଏହି ‌ସୌଭାଗ୍ୟ ମିଳିଛି। ଏଭଳି ସ୍ଥିତି ଅନ୍ୟ ଜିଲ୍ଲାରେ ବି ରହିଛି। ଲକ୍‌ଡାଉନ୍ ଯୋଗୁଁ ସବୁ ପ୍ରକାର କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ଏବେ କଳାକାରମାନଙ୍କ ‌‌େରାଜଗାର ବି ବନ୍ଦ ହୋଇଯାଇଛି। ଗୋଟିଏ ପଟେ ବହୁ କଳାକାର ଅଭାବ ଅନଟନ ମଧ୍ୟରେ କାଳାତିପାତ କରୁଥିବା ବେଳେ ଅନ୍ୟପଟେ ଯେଉଁମାନେ ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି, ସେମାନଙ୍କୁ ବି ଏବେ ସହାୟତାରୁ ବଂଚିତ ହେବାକୁ ପଡ଼ିଛି। ରାଜ୍ୟ ସରକାର ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ କଳାକାରମାନେ ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe